ପାରଳାର ରୟାଲ ଵାରରେ ମଦ୍ୟପାନକୁ ନେଇ ହିଂସା ମାମଲା, ଅଭିଯୁକ୍ତକୁ 5 ବର୍ଷ ସଶ୍ରମ କାରାଦଣ୍ଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ  ଥିବା ରୟାଲ ବାର ଆଣ୍ଡ ରେଷ୍ଟୁରାଣ୍ଟରେ ମଦ ପିଇବାକୁ କେନ୍ଦ୍ର କରି ହିଂସାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଓ ସେସନ୍ସ ଜଜ ହର ପ୍ରସାଦ ପଟ୍ଟନାୟକ ମାମଲାର ମୁଖ୍ୟ ଅଭିଯୁକ୍ତ ପାରଳାଖେମୁଣ୍ଡି ସେରି ସାହିର ତୋଟା ନିପ୍ଲମ ଓରଫ ତୋଟା ନୀଳକଣ୍ଠ ରାଓ (୩୭)ଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି I ଜରିମାନା ଅନାଦାୟ ଅତିରିକ୍ତ ୨ ମାସ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ୨୦୨୪ ମେ ୩ରେ ଅଭିଯୁକ୍ତ ବାରକୁ ମଦ ପିଇବାକୁ ଆସିଥିଲେ। ସେ ବାରର କର୍ମଚାରୀ ଟୁନା କାର୍ଜିଙ୍କ ସହ ଯୁକ୍ତି କରିବା ସହ ମାଡ଼ ମାରିଥିଲେ। ଏହାକୁ ବିରୋଧ କରିବାରୁ ମ୍ୟାନେଜର ଭି. ଶ୍ରୀନିବାସ ରାଓଙ୍କୁ ମଦ ବୋତଲରେ ଆକ୍ରମଣ କରିଥିଲେ । ଆହତ ମ୍ୟାନେଜର ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏତଲା ଦେଇଥିଲେ। ପୋଲିସ ନଂ. ୧୬୦/୨୪ରେ ମାମଲା ରୁଜୁ କରିଥିଲା। ମାମଲାର ବିଚାର ବେଳେ ୯ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସରୋଜ କୁମାର ରଥ ମାମଲା ପରିଚାଳନା କରିଥିବା ଭାର ରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ ମିଶ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ