ପାରଳା ବାସିନ୍ଦା ନାରାୟଣଙ୍କ କୃତିତ୍ୱ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ପାରଳାଖେମୁଣ୍ଡି ବାସିନ୍ଦା ଟି.ନାରାୟଣ ରାଓ ବର୍ତ୍ତମାନ ପୁରୀ ଜିଲ୍ଲାର ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଅଛନ୍ତି। ସେ ନିକଟରେ ରାଜ୍ୟ ସ୍ତରୀୟ ସମ୍ମାନ ଲାଭ କରିଛନ୍ତି । ପୁରୀ ଜିଲ୍ଲାକୁ ରାଜ୍ୟ ସ୍ତରରେ ୨୦୧୯ -୨୦୨୦ ଏବଂ ୨୦୨୦ -୨୦୨୧ ଆର୍ଥିକ ବର୍ଷରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି । ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ କାର୍ଯ୍ୟକ୍ରମ ଯଥା :-ଆର୍ଥିକ ଅଟକଳକୁ ଗୁଣାତ୍ମକ ବିକାଶ କରିବା , ଟିବି ରୋଗୀଙ୍କୁ ଚିହ୍ନଟି କାରଣ ଓ   ପରୀକ୍ଷା , ଶତପ୍ରତିଶତ ଟୀକାକରଣ ନିଶ୍ଚିତ କରିବା , କାୟାକଳ୍ପ ପ୍ରକଳ୍ପକୁ ଶତପ୍ରତିଶତ ନିଶ୍ଚିତ କରିବା ଇତ୍ୟାଦିରେ ପ୍ରମୁଖ ଭୂମିକା ସମ୍ପାଦନ କରିପାରିଛନ୍ତି । ଗଜପତି ଜିଲାରେ ଏସ୍ ଡବ୍ଲୁ ଡବ୍ଲୁ ଏସ୍ ରେ ନିଜର କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଭାବେ ନୂଆଗଡ ଠାରେ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ନିଜର କୌଶଳ ଓ ଦକ୍ଷତା ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଭାବେ ସମ୍ବଲପୁର ଏବଂ ବାଲେଶ୍ବରରେ ନିଜର କୃତିତ୍ୱ ସମ୍ପାଦନ କରି ବର୍ତ୍ତମାନ ପୁରୀରେ ଅବସ୍ଥାପିତ ଅଛନ୍ତି । ସେ ନିକଟରେ ଜାତୀୟ ସ୍ୱାସ୍ଥ୍ୟ ମିଶନର  ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ଠାରୁ ପୁରୀ ଜିଲ୍ଲା ପାଇଁ ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ,ମାନପତ୍ର ସହ ସମ୍ମାନିତ ହୋଇଥିଲେ। ତାଙ୍କର ଏହି ଗୌରବ ପାଇଁ ଏସ୍ ଡବ୍ଲୁ ଡବ୍ଲୁ ଏସ୍ ର ସଭାପତି ଡି.ଜଗନ୍ନାଥ ରାଜୁ ତଥା ସମସ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ