ପାରଳା ବିଧାୟକଙ୍କ ଦ୍ୱାରା କମ୍ୟୁନିଟି ହଲ ଉଦ୍‌ଘାଟିତ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ୱାର୍ଡ ନଂ.୧ ଅନ୍ତର୍ଗତ ରେଲି ପାପିଡି ଛକ ଠାରେ ଏକ କମ୍ୟୁନିଟି ହଲକୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଉଦ୍‌ଘାଟନ କରିଛନ୍ତି । ଏହି କମ୍ୟୁନିଟି ହଲ ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟୟ ଅଟକଳ କରାଯାଇ ନିର୍ମାଣ କରାଯାଇଛି । ଏଥି ଯୋଗୁଁ ଉକ୍ତ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏଥି ନିମନ୍ତେ ଅଞ୍ଚଳବାସୀ ବିଧାୟକ ଶ୍ରୀ ରାଓଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୌରାଧ୍ୟକ୍ଷ ତଥା ବରିଷ୍ଠ ଭାଜପା ନେତା ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ଯୁବ ଭାଜପା ସଭାପତି ବାବୁନା ବେହେରା, ନଗର ଭାଜପା ସଭାପତି ଜମିଦାର ପଟ୍ଟନାୟକ, ନଗର ଯୁବ ଭାଜପା ସଭାପତି ସନ୍ତୋଷ ଜେନା, ଏକ୍ସ କାଉନସିଲର କେ.ପୁଣ୍ୟବତୀ, ଯୁବନେତା କୋଟାଲା ଯୁବରାଜ, ବରିଷ୍ଠ ଭାଜପା ନେତା ଜଗନ୍ନାଥ ମହାପାତ୍ରଙ୍କ ସମେତ ୧ନଂ ୱାର୍ଡର ସମସ୍ତ ଭାଜପା କ୍ୟାଡର ସଦସ୍ୟ, ଅଞ୍ଚଳ ବାସୀ ପ୍ରମୁଖ କୋଭିଡ୍ ନିୟମ ମୁତାବକ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ