ପାରଳା ମହାରାଜା ହାଇସ୍କୁଲରେ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନର କାର୍ଯ୍ୟକାରିଣୀ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଗଜପତି ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି. ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ ପୌରୋହିତ୍ୟ କରିଥିବା ବେଲେ ଭଦ୍ରକ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ମାନସ କୁମାର ରାଉତ ଅତିଥି ଭାବେ ଯୋଗ ଦେଇଥିଲେ। ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମନସ୍ବିନୀ ଦାସ, ଗାରବନ୍ଧ ସ୍ଥିତ ଶ୍ରୀଭେଙ୍କେଟେଶ୍ଵର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବି. ତିରୁମଲା ରାଓପଟ୍ଟନାୟକ, ବଡପଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ଗମାଙ୍ଗ, ମ୍ୟୁନିସିପାଲିଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଚନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତି ନାୟକ, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମନୋଜ ବେହେରା, ପି. ମେନକା ରାଓ, ଲିଙ୍ଗରାଜ ପାଢ଼ୀ ଓ ବନମାଳୀ ଦଳାଇଙ୍କ ଉପସ୍ଥିତିରେ ବ୍ଲକସ୍ତରୀୟ ଓ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ବିଷୟରେ ବିଷଦ ବାବେ ଆଲୋଚନା ହୋଇଥିଲା I ସ୍ଥାନ ନିରୁପଣ ସହ ଆଡମ୍ବର ଭାବେ ପ୍ରତିଯୋଗିତା ଆୟୋଜନ ପାଇଁ ଜିଲ୍ଲା ଶିକ୍ଷାଧୂକାରୀ ନିର୍ଦ୍ଦେଶ ଦେଇଥିଲେ। ଭାରତ ସ୍କାଉଟ୍ ଓ ଗାଇଡ୍ ତରଫରୁ ରାଜ୍ୟପାଳ ପୁରସ୍କାର ପରୀକ୍ଷା ପାଇଁ ମଧ୍ୟ ଆଲୋଚନା ହୋଇଥିଲା. ବିଶେଷ କରି ଏହି ଶିକ୍ଷାବର୍ଷରେ ଗଜପତି ଜିଲ୍ଲାରେ ଆୟୋଜନ ରାଜ୍ୟ ବିଦ୍ୟାଳୟ ସମୂହର ଭଲିବଲ୍ ପ୍ରତିଯୋଗିତା କିପରି ସୁନ୍ଦର ଓ ସୂଚାରୁ ରୂପେ ପରିଚାଳନ ଚାଳନା ହେବ ବିଷୟରେ ଆଲୋକପାତ ସେ କରାଯାଇଥିଲା. ଜିଲ୍ଲା ଶିକ୍ଷାକାରୀ ଜିଲ୍ଲାରେ ସମସ୍ତ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକଙ୍କୁ ଯୋଗ ଶିକ୍ଷା ପାଗ ଶିକ୍ଷା ଉପରେ ଗୁରୁତ ଦେବାକୁ ନିର୍ଦ୍ଦେଶ ଦେଇଥିଲେ | ଉକ୍ତ ବୈଠକରେ ଗଜପତି ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଭୁଷୁକୁଡି ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ କିଶୋର ଗାର ସାମଲ ପରିଚାଳନା କରିଥିଲେ। ଏଥିରେ ଖାଣ୍ଡବା ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଭାବନ ଭୂୟାଁଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ପ୍ରକାଶ ଥାଉକି ଏଥ୍ରେ ଜିଲ୍ଲାର ପ୍ରାୟ ୯୨ ଜଣ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।


