ପାରାଦ୍ୱୀପରେ ପ୍ରତିଷ୍ଠା ହେବ କୋଭିଡ୍ କେଆର ସେଣ୍ଟର

ପାରାଦ୍ୱୀପ, (ପୀତବାସ ପ୍ରଧାନ):ସାରା ରାଜ୍ୟରେ କୋରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଓ ଚିକିତ୍ସା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷାରୁ ବିଭିନ୍ନ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ସହଜ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍‌-୧୯ର ଚିକିତ୍ସାଳୟର ଯୁଦ୍ଧକାଳୀନ ଭିର୍ତ୍ତିରେ ନିର୍ମାଣ ଚାଲିଛି । ସେହିପରି ଜଗତସିଂପୁର ଜିଲ୍ଲାର ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପରେ ଏକ କୋଭିଡ୍‌-୧୯ ସ୍ୱାସ୍ଥ୍ୟ କ୍ଷେତ୍ରକେନ୍ଦ୍ର ଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପାରାଦ୍ୱୀପ ବନ୍ଦର ପକ୍ଷରୁ ପୋର୍ଟ କ୍ଳବରେ କୋଭିଡ କେଆର ସେଣ୍ଟର କରାଯିବାକୁ ନେଇ ୧୬ନଂ ୱାର୍ଡର କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବିଶେଷ ଯେପରି ବିଭ୍ରାନ୍ତିକର, ଭ୍ରମାତ୍ମକ ବାତାବରଣ ସୃଷ୍ଟି କରୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । କରୋନା ଭୂତାଣୁ ଆକ୍ରାନ୍ତଙ୍କ ଛିଙ୍କ ବା କାଶରେ ସଂକ୍ରମଣ ୬ଫୁଟ ଦୂରତା ଯାଏଁ ବ୍ୟାପିବାର ବୈଜ୍ଞାନିକ ପ୍ରମାଣ ରହିଛି । ତେଣୁ ସଂକ୍ରମଣରୁ ରକ୍ଷା ପାଇଁ ଦୁଇ ଲୋକ ବା ଶଯ୍ୟା ମଧ୍ୟରେ ଅନ୍ୟୁନ ୬ଫୁଟ ଦୂରତା ଅବଲମ୍ବନ କରାଯିବ ଆବଶ୍ୟକ । ସେଠାରେ ରହିବାକୁ ଥିବା ସନ୍ଦିଗ୍ଧଙ୍କ ଫେସ୍ ମାସ୍କ ଯୋଗାଇ ଦିଆଯିବ ଯାହା କି ଉଭୟ ନାମ ଆଉ ମୁହଁକୁ ଆଚ୍ଛାଦିତ କରି ରଖିବ । ସରକାର, ସାମାନ୍ୟ ବା ବାହାରକୁ ଜଣା ପଡିନଥିବା ଲକ୍ଷଣ ଯୁକ୍ତ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନର ଅନୁମତି ଦେଉଛନ୍ତି, ଯଦି ସେମାନଙ୍କ ଘରେ ପାଇଖାନା ଥା ସ୍ୱତନ୍ତ୍ର କୋଠରୀ ରହିଛି । ଏପରି ବ୍ୟକ୍ତି ପୋର୍ଟ ଟାଉନସିପରେ ରହିଲେ, ବିଲ୍ଡିଂରେ ଅନ୍ୟ ପରିବାର ବର୍ଗ ନିଜକୁ ସୁରକ୍ଷତି ମନେ ନ କରି ପ୍ରବଳ ମନସ୍ତାପ ମଧ୍ୟରେ ଗତି କରିବାର ଆଶଂକା ରହିଛି । ଏହାଛଡା ହୋମ ଆଇସୋଲେସନ ସୁବିଧା ସମସ୍ତ ଘରେ ନାହିଁ ଏବଂ ବନ୍ଦର ନଗରୀରେ ଗୋଟିଏ ବିଲ୍ଡିଂରେ ୪ ରୁ ୬ଟି ଘର ରହିଛି । ଏପରି ସ୍ଥଳେ ସରକାରୀ ନିୟମାନୁସାରେ ବିନା ବା ସାମାନ୍ୟ ଲକ୍ଷଣ ଯୁକ୍ତ ରୋଗୀ ଏକ କେଆର ସେଣ୍ଟରରେ ଉପଯୁକ୍ତ ସୁବିଧା ସହ ରହିବା ଉଚିତ୍ । ତେଣୁ ସେମାନେ ସ୍ୱତନ୍ତ୍ର ଆଇସୋଲେସନରେ ରହିଲେ ଏ ସମସ୍ୟା ରହିବ ନାହିଁ । ପ୍ରସ୍ତାବିତ କେଆର୍ ସେଣ୍ଟର ଶର୍ଯ୍ୟା ଠାରୁ ପାଶ୍ୱବର୍ତ୍ତି ରାସ୍ତା ର ଦୂରତା ୧୦ ଫୁଟରୁ ବି ଅଧିକ । କୋଭିଡ କେଆର ସେଣ୍ଟରରେ ଶୀତ ତାପ ନିୟନ୍ତ୍ରିତ ବ୍ୟବସ୍ଥା ଥିବାରୁ ସେଠାରେ ଝରକା କବାଟ ସର୍ବଦା ବନ୍ଦ ରହିବ ଏବଂ ବାହାର ପଟ ଝରକା ରେ ମଶାରୀ ଲଗା ଯିବ । ପୋର୍ଟ କ୍ଳବ ରୁ ନିକଟସ୍ଥ କଲୋନୀ ଦୂରତା ପ୍ରାୟ ଶହେ ମିଟର ତଥା ପୋର୍ଟ କ୍ଳବ୍ ଚାରିପଟେ ଏକ ସୁରକ୍ଷିତ ପାଚେରୀ ରହିଛି । ରାଜ୍ୟ ପ୍ରଶାସନ ର ନିୟମାନୁସାରେ ବାହାରୁ ଯାଉଥିବା ପ୍ରତ୍ୟେକ ଲୋକ ମାସ୍କ ପିନ୍ଧିବା ଜରୁରୀ । କୋଭିଡ କେଆର ସେଣ୍ଟର ର ବର୍ଯ୍ୟ ବସ୍ତୁ କୁ ବାୟୋମାସ ଆବର୍ଜର୍ନା ପରିଚାଳିତ ନୀତି ଅନୁସାରେ ନଷ୍ଟ କରାଯିବ । ବର୍ତ୍ତମାନ ଯାଏଁ ମିଳିଥିବା ବୈଜ୍ଞାନିକ ସିନ୍ଧାନ୍ତ ଅନୁସାରେ ଆଇସୋଲେସନ କେନ୍ଦ୍ର ନିକଟରେ ଚଳପ୍ରଚଳ କରୁଥିବା କୌଣସି ଯାତ୍ରୀ କରୋନା ଆକ୍ରାନ୍ତ ହେବାର ପ୍ରମାଣ ନାହିଁ । ପାଖ କ୍ୱାର୍ଟର ବା ଷ୍ଟାଡିୟମ କୁ ଯିବାକୁ ଛଚ୍ଛୁକ ବ୍ୟକ୍ତି ଅନ୍ୟ ପାଶ୍ୱର୍ବର୍ତ୍ତୀ ବିକଳ୍ପ ମାର୍ଗରେ ଯାଇପାରିବେ । ତେଣୁ ମୁଷ୍ଟିମେୟ ବ୍ୟକ୍ତିବିଶେଷ ବନ୍ଦର କର୍ତ୍ତୃପକ୍ଷଙ୍କ ଜନସେବାମୂଳକ କାର୍ଯ୍ୟକୁ ବିରୋଧ କରି ବାଃ ବାଃ ଲୁଟିବାରୁ କ୍ଷାନ୍ତ ହୁଅନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ