ପାରୁଷି ସୁରକ୍ଷା କ୍ଲିନିକ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ସହର ର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ବାଇପାସ ମହାବୀର ଛକ ନିକଟରେ ଥିବା ପାରୁଷି ସୁରକ୍ଷା କ୍ଲିନିକ ତରଫରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି
ପାରୁଷି ସୁରକ୍ଷା କ୍ଲିନିକ ପ୍ରତିଷ୍ଠାତା ରଶ୍ମିରେଖା ମହାନ୍ତ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ରେ କେନ୍ଦୁଝର ସାଂସଦ ଅନନ୍ତ ନାଏକ, ବିଜେପି ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ କୃପାସିନ୍ଧୁ ମହାନ୍ତ,ବିଜେପି ଜିଲ୍ଲା ସାଧାରଣସମ୍ପାଦକ ଆଶିଷ କୁମାର ମହାନ୍ତ, ଜିଲ୍ଲା ଉପସଭାପତି ଦନାର୍ଦନ ବେହେରା, କରଞ୍ଜିଆ ନଗର ସଭାପତି ସମ୍ବିଧାନ ମହାପାତ୍ର, ତାଟୋ ମଣ୍ଡଳ ସଭାପତି ଦିଲ୍ଲୀପ ମହାନ୍ତ,ଗ୍ରାମୀଣ ମଣ୍ଡଳ ସଭାପତି ସୁନାମଣୀ ହୋ, ନାରୀନେତ୍ରୀ ଲକ୍ଷ୍ମୀ ଝା, କାଉନସିଲର ଇଏନଏସ ପ୍ରିୟଙ୍କା,କଳ୍ପନା ପାତ୍ର, ଜିଲ୍ଲା ସଂଖ୍ୟାଲଘୁ ସେଲ ସଭାପତି ଅବଦୁଲ ଲତିଫ, ଯୁବ ମୋର୍ଚା ସଭାପତି ମାଧବ ଦେହୁରୀ, ଯୁବ ନେତା ସଞ୍ଜୀବ ପାଣିଗ୍ରାହୀ, ଦେବେନ୍ଦ୍ର ମହାନ୍ତ, ଜ୍ୟୋତି ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ
କେନ୍ଦୁଝର ସାଂସଦ ଅନନ୍ତ ନାଏକ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ
ଏହି ଶିବିର ରେ ଇଏନଟି ବିଶେଷଜ୍ଞ ଡ଼ଃ ଗିରିଜା ଶଙ୍କର ମହାନ୍ତ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ଃ ଇନ୍ଦ୍ରଜିତ ମୁଣ୍ଡା, ଶିଶୁ ରୋଗ ବିଶେଷଜ୍ଞ ଡ଼ଃ ରଜତ କୁମାର ରାଉତ, ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ଃ ଘନଶ୍ୟାମ ଚାତାର ଓ ଡ଼ଃ ରତିରଞ୍ଜନ ମହାନ୍ତ, ମେଡ଼ିସିନ ବିଶେଷଜ୍ଞ ଡ଼ଃ ସମୀର ବେହେରା ଏବଂ ଭୂମିକା ଚକ୍ଷୁ ଚିକିତ୍ସାଳୟ ର ଚକ୍ଷୁ ଡାକ୍ତର ଓ ଟିମ ରୋଗୀ ଙ୍କ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା କରିଥିଲେ
ଏହି ଚିକିତ୍ସା ଶିବିର ରେ ବହୁସଂଖ୍ୟା ରେ ସ୍ଥାନୀୟ ଓ ଦୂରଦୂରାନ୍ତ ରୁ ଆସିଥିବା ରୋଗୀ ମାନେ ନିଃଶୁଳ୍କ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା କରାଇଥିଲେ.