ପିଇବା ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତ ଅନ୍ତର୍ଗତ ରାତାମାସକା ଗାଁରେ ସୋଲାର ପମ୍ପ ପ୍ରକଳ୍ପ ଅଚଳ ହୋଇପଡିଛି। ଏହି ସୋଲାର ପମ୍ପ ପ୍ରକଳ୍ପ ଦୁଇ ମାସ ହେବ ଅଚଳ ହୋଇ ଯାଇଛି। ବର୍ଷା ଦିନେ କୂଅ କିମ୍ବା ଛୁଆଁ ଭିତରେ ବର୍ଷା ଯୋଗୁଁ ବାହାର ପାଣି କୂଅ କିମ୍ବା ଚୁଆଁ ଭିତରକୁ ପଶିଥିବାରୁ ଗ୍ରାମବାସୀ ଏହି ସୋଲାର ପମ୍ପ ପ୍ରକଳ୍ପ ଜଳ ଉପରେ ନିର୍ଭର କରନ୍ତି। କିନ୍ତୁ ପ୍ରକଳ୍ପ ଅଚଳ ରହିଥିବାରୁ ପାଣି ଟୋପା ପାଇଁ ଅଞ୍ଚଳ ବାସୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ବିଭାଗ ତରଫରୁ ଗାଁକୁ ଯାଇ ମରାମତି କରିଥିଲେ ମଧ୍ୟ କୈାଣସି ସୁଫଳ ମିଳି ପାରିନାହିଁ। ମରାମତି କରିବାର ପାଞ୍ଚ ଦିନ ପରେ ଏକ ଘଣ୍ଟା ପାଣି ଆସି ଅଚଳ ହୋଇ ପଡିରହିଥିବା କହିଛନ୍ତି। କିଭଳି ତୁରନ୍ତ ପ୍ରକଳ୍ପ ମରାମତି କରିବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି।


