ପିକ୍ ଅପ୍ ଧକ୍କାରେ ଯୁବକ ଗୁରୁତର, କ୍ଷତିପୂରଣ ଦାବିରେ ମୁଖ୍ୟରାସ୍ତା ୩ ଘଣ୍ଟା ଅବରୋଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତକାଲି ସକାଳ ସମୟରେ ଡେଙ୍ଗମା ଗ୍ରାମର ଲକ୍ଷ୍ମୀ ଗୌଡ଼ ନାମକ ଜଣେ ଶ୍ରମିକ କାମ କରିବା ପାଇଁ ଚାନ୍ଦିପୁଟ ଆସିଥିଲେ। ଏକ ଗାଡିରୁ କିରାଣୀ ସାମାନ ବୋହି ନେଉଥିବା ବେଳେ ଏକ ଦୃତଗତିରେ ଆସୁଥିବା ଏକ ବୋଲେରୋ ପୀକ୍ଅପ୍ ଗାଡ଼ି ଧକ୍କା ଦେଇଥିଲା। ଯାହା ଫଳରେ ସେଠାରେ ହିଁ ସେ ଟଳି ପଡ଼ିଥିଲେ। ସଙ୍ଗେ ସଙ୍ଗେ ସେଠାରେ ଥିବା ନାରାୟଣ ଗୌଡ଼ ନାମକ ଯୁବକ ଏକ ଅଟୋ ଯୋଗେ ମୋହନା ମେଡିକାଲକୁ ସ୍ଥାନାନ୍ତର କରି ଆଣିବା ବେଳେ ରାସ୍ତାରେ ୧୦୮ ଏମ୍ବୁଲେନ୍ସ ପହଞ୍ଚି ଲକ୍ଷ୍ମୀଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଗୁରୁତର ଥିବାରୁ ମୋହନା ମେଡିକାଲର ଡାକ୍ତର ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଥିବା କହିଛନ୍ତି | ଅନ୍ୟପକ୍ଷରେ ଘଟଣା ନେଇ ଚାନ୍ଦିପୁଟ ମୁଖ୍ୟ ବଜାରରେ ଉତ୍ତେଜନା ଦେଖାଦେବା ସହ ୩ ଘଣ୍ଟା ରାସ୍ତା ରୋକ୍ କରାଯାଇଥିଲା । ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ଡ୍ରାଇଭରକୁ ଅଟକ ରଖି କ୍ଷତି ପୂରଣ ଦାବୀ କରିଥିଲେ ଗାଁ ଲୋକଙ୍କ ସହ ପରିବାର ଲୋକେ। ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇଥିଲେ | ଯାହା ଫଳରେ ଜାତୀୟ ରାଜପଥ ୩୨୬ଏ ରେ ମୋହନା, ବ୍ରହ୍ମପୁର ଓ ସଦରମହକୁମା ପାରଳାଖେମୁଣ୍ଡିକୁ ଯାତାୟତ ସ୍ୱାଭାବିକ ହୋଇଥିଲା. ମୋହନା ଥାନାର କେସ ନଂ 191/24 ରେ ଏକ ମାମଲା ରୁଜୁ କରି ପିକଅପ (OD33A7607 ) କୁ ଜବତ ଏବଂ ଡ୍ରାଇଭରକୁ ଥାନାକୁ ଆଣି ଅଟକ ରଖି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ