ପିକ୍ ଅପ୍ ଭ୍ୟାନ ଓଲଟି ୫ ଶିଶୁ ସମେତ ୧୪ ଆହାତ

କଳାହାଣ୍ଡି ,(ଯୁଗାବ୍ଦ ନ୍ୟୁଜ୍) : ଘାଟିରେ ଅଘଟଣ । ବିଭିନ୍ନ ସମୟରେ ଡ୍ରାଇଭର ମାନଙ୍କର ବେପାରୁଆ ଗାଡି ଚାଳନା ଯୋଗୁଁ ଯାତ୍ରୀ ମାନଙ୍କର ପ୍ରାଣହାନୀ ଘଟିବା ସହ ଆହାତ ହେଉଥିବା ବେଳେ ବିଭିନ୍ନ ସମୟରେ ଅତ୍ୟଧିକ ଯାତ୍ରୀ ଗାଡିରେ ଗମନା ଗମନ କରୁଥିବାରୁ ଦୁର୍ଘଟଣା ଘଟୁଛି । କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ପିକ୍ଅପ ଭ୍ୟାନ ଓଲଟି ୫ ଜଣ ଶିଶୁଙ୍କ ସହ ୧୪ ଜଣ ଆହାତ ହୋଇଛନ୍ତି , ସେମାନଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହାତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି କୋକସରା ହସପିଟାଲରେ ଭର୍ତ୍ତିକରାଯାଇଛି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୁଚନା ଅନୁଯାୟୀ ଆମପାଣି ପଂଚାୟତ କୁ ବିରିମୁହାଣ ଗ୍ରାମରୁ ପିଡିଏସ ଚାଉଳ ପାଇଁ ୨୦ ଜଣ ହିତାଧିକାରୀ ଚାଉଳ ଏକ ଗାଡିରେ ପଠାଇବା ସହ ଅନ୍ୟ ଏକ ପିକ୍ଅପ୍ ଭ୍ୟାନରେ ଲିଫ୍ଟ ମାଗି ଘଟଣା ସ୍ଥଳରୁ ଫେରୁଥିବା ସମୟରେ ଆମପାଣି ଘାଟିରେ ଡ୍ରାଇଭର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଲୋକ ମାନେ ଆହାତ ହୋଇଛନ୍ତି । ସମସ୍ତ ଶିଶୁଙ୍କ ଅବସ୍ଥା ସୁରକ୍ଷିତ ଥିବା ଜଣାପଡିଛି ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ