ପିତୃପକ୍ଷରେ ପିତୃ ପୁରୁଷଙ୍କ ସ୍ମୃତିରେ ବୃକ୍ଷ ରୋପଣ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସାମନ୍ତ୍ରାପୁର ପାଦଗୟା ସୂକ୍ଷେ୍ମଶ୍ୱର ପୁଷ୍କରିଣୀ ନିକଟରେ ସୂକ୍ଷେ୍ମଶ୍ୱର ବରିଷ୍ଠ ନାଗରିକ କମିଟି ପକ୍ଷରୁ ପିତୃ ପକ୍ଷରେ ପିତୃପୁରୁଷଙ୍କ ସ୍ମୃତିରେ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନର ସମ୍ପାଦକ ଲିଙ୍ଗରାଜ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଏହି ଅବସରରେ କହିଥିଲେ ଯେ, ବୃକ୍ଷ ରୋପଣ କେଲେ ଜଳ ସଂରକ୍ଷଣ ହେବ । ଏହା ଦ୍ୱାରା ଆଗାମୀ ଦିନରେ ପାଣିର ସମସ୍ୟା ଦେଖା ଦେବ ନାହିଁ । ଏଥିି ପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ । ରାଜଧାନୀରେ ଜଳସ୍ଥର କମୁଥିବାରୁ ଏହାର ସଂରକ୍ଷଣ ସବୁ ନାଗରିକଙ୍କୁ କରିବାକୁ ପଡ଼ିବ ବୋଲି କହିଛନ୍ତି । ପିତୃ ପୁରୁଷଙ୍କୁ ସ୍ମରଣ କରି ବରିଷ୍ଟ ନାଗରିକମାନେ ବୃକ୍ଷ ରୋପଣ କରିଥିଲେ । ଏଥିରେ କମିଟିର ସଭାପତି ଡକ୍ଟର ବସନ୍ତ କୁମାର ମହାପାତ୍ର, ସମ୍ପାଦକ ହଲଧର ମଲିଆ, ସଭ୍ୟ ସଚିତ୍ର କୁମାର ପାତ୍ର, ମଧୁସୂଦନ ପାଣି, ତ୍ରିଲୋଚନ ବିଶ୍ୱାଳ, ମହେନ୍ଦ୍ର କୁମାର ସାହୁ, ରବିନ୍ଦ୍ର ପରିଡ଼ା, ବୈଷ୍ଣବ ବିଶ୍ୱାଳ, ସୌମେନ୍ଦ୍ର ମୋହନ ପ୍ରହରାଜ, ଶ୍ୟାମ ସୁନ୍ଦର ମହାନ୍ତି, ବସନ୍ତ ମିଶ୍ର, ପ୍ରଭାକର ମିଶ୍ର, ନାରାୟଣ ପ୍ରସାଦ ଘୋଷ, ଅଶୋକ କୁମାର ଚୌଉ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ