ପିପୁଲସ କଲେଜରେ ଜାତୀୟ କ୍ରୀଡା ଦିବସ ପାଳନ
ବୁଗୁଡା, (ଅନିଲ କୁମାର ମହାରଣା):କିମ୍ବଦନ୍ତୀ ହକି ଖେଳାଳୀ ସ୍ବର୍ଗତ ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ଦିବସ ଅଗଷ୍ଟ ୨୯ କୁ ଭାରତ ସରକାରଙ୍କ କ୍ରୀଡା ଓ ଯୁବସେବା ମନ୍ତ୍ରଣାଳୟ ୧୯୯୫ ମସିହାରୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରିଆସୁଅଛି। ଏହି ଦିବସରେ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ଅର୍ଜନ କରିଥିବା ଶ୍ରେଷ୍ଠ କ୍ରୀଡ଼ାବିତ୍ତମାନଙ୍କୁ ଭାରତର ରାଷ୍ଟ୍ରପତି ବିଭିନ୍ନ ପୁରସ୍କାର ପ୍ରଦାନ କରିଥାନ୍ତି। ବୁଗୁଡା ପିପୁଲସ କଲେଜରେ ମଧ୍ୟ ଜାତୀୟ କ୍ରୀଡା ଦିବସ ପାଳନ ହୋଇଯାଇଛି। ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ବୁଗୁଡା ପିପୁଲସ କଲେଜର ମହିଳା ଖେଳାଳି ଗୃପ ଓ ବାଲିପଦର ଅହଲ୍ୟା ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କବାଡି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ପିପୁଲସ କଲେଜ ମହିଳା ଗୃପ ବିଜୟୀ ହୋଇଥିଲେ। ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ପିପୁଲସ କଲେଜ ପରିସରରେ ପ୍ରିନସପାଲ ପ୍ରଫେସର ରଜନୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ସୁବାସ ଚନ୍ଦ୍ର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କଲେଜ ଗଭର୍ଣ୍ଣିଙ୍ଗି ବଡି ସଭାପତି ରଜନୀକାନ୍ତ ଭଟ୍ଟ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପରିଡା ଓ ସମ୍ମାନୀତ ଅତିଥି ଶ୍ରୀ ଭଟ୍ଟ କ୍ରୀଡାର ଉତ୍ତମ ଦିଗ ବିଷୟରେ ବକ୍ତବ୍ୟ ରଖିଥିଲେ। ଆଇ.କିୟୁ.ଏ.ସି. ସହ-ସଂଯୋଜକ ତଥା ଇଂରାଜୀ ଅଧ୍ୟାପକ ଆତ୍ମପ୍ରକାଶ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କ୍ରୀଡା ସଂସଦ ଉପାଧ୍ୟକ୍ଷ ଅକ୍ଷୟ କୁମାର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇ.କିୟୁ.ଏ.ସି.ସଂଯୋଜକ ଅଧ୍ୟାପକ ପ୍ରଭଞ୍ଜନ ମୁନି, କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ରାଜନୀତି ବିଜ୍ଞାନରେ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ଅଳଙ୍କୃତ କରିଥିବା ଛାତ୍ରୀ ଦ୍ୱୟ ଶିବାନୀ ପୋଲାଇ ଓ ପୂଜା ସ୍ବାଇଁ ଙ୍କ ସମେତ ବିଭିନ୍ନ କ୍ରୀଡ଼ାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ।ଅଧ୍ୟାପକ ବିନୋଦ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ। ଏନସିସି କ୍ୟାଡେଟ, ଯୁବ ରେଡକ୍ରସ ସଂସ୍ଥା ସ୍ବେଚ୍ଛାସେବୀ, ସ୍କାଉଟ ସ୍ବେଚ୍ଛାସେବୀ, ଓ ଏନସସ ସ୍ବେଚ୍ଛାସେବୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


