ପିୟୂସ ସାରଡା ରାଇରଙ୍ଗପୁର ଜୁନିଅର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଟପର
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଜୁନିଅର ମହାବିଦ୍ୟାଳୟର ଯୁକ୍ତ ୨ ବାଣିଜ୍ୟ ବିଭାଗର ୨୦୨୦-୨୧ରେ ୫୦୦ରୁ ୫୩୧ ନମ୍ବର ଶତକଡା ୮୮.୫ ମାର୍କ ରଖିଛନ୍ତି । ତାଙ୍କର ଘର ରାଇରଙ୍ଗପୁର ପୌରାଞ୍ଚଳର ଇଚିଣ୍ଡା ଗ୍ରାମ ।ପିତା ରାମଅବତାର ସାରଡା ।ଏଥିପାଇଁ ସେ ନିଜ କଲେଜର ପ୍ରଫେସର,ଅଧ୍ୟାପିକା,ଅଧ୍ୟାପକ ଓ ପିତାମାତାଙ୍କୁ ଶ୍ରେୟ ଦେଇଛନ୍ତି ।କଠିନ ପରିଶ୍ରମ,ଅଧ୍ୟାବସାୟ,ନିଷ୍ଠା ଏବଂ ଅଧ୍ୟାପକମାନଙ୍କ ମାର୍ଗ ଦର୍ଶନରେ ଚାଲିଲେ ଜଣେ ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି ଗଣମାଧ୍ୟମକୁ କହିଛନ୍ତି ।ଭବିଷ୍ୟତାରେ ଜଣେ ଶିକ୍ଷାବିତ୍ ଓ ଅଧ୍ୟାପକ ହେବାକୁ ଲକ୍ଷ୍ୟ ରଖିଛନ୍ତି ।ପିତା ରାମଅଵତାର ସାରଡା କହିଛନ୍ତି ପୁଅର ପାଠପଢା ପାଇଁ ଆମେ ଗର୍ବିତ ।ଯେତେ ଆର୍ଥିକ ବାଧାବିନ ଆସିଲେ ମଧ୍ୟ ପୁଅ ଯେତେ ପାଠପଢିବ ଆମେ ତାହାକୁ ସ଼ଯୋଗ କରିବୁ ।


