ପୁଡ଼ାମାରି କଲେଜରେ ବିଜ୍ଞାନ ଛାତ୍ରୀଙ୍କ ସଫଳତା

ସନଖେମୁଣ୍ଡି,(ପଦ୍ମ ଲୋଚନ ପାଣିଗ୍ରାହୀ): ନିକଟରେ ପ୍ରକାଶ ପାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳରେ ପୁଡ଼ାମାରି ଜୁନିଅର୍ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ରୋଜିରାଣୀ ପଶୁପାଳକ ଅଞ୍ଚଳ ତଥା ଅନୁଷ୍ଠାନର ସୁନାମ ଆଣିଛନ୍ତି ।ଫଳାଫଳ ପ୍ରକାରେ ସର୍ବୋମତ ୬୦୦ ନମ୍ବରରୁ ୫୩୧ ମାର୍କ ରଖି ୮୮ – ୫୧ ଶତାଂଶ ଅକ୍ତିଆର କରିଛନ୍ତି । ଅନ୍ୟ ପକ୍ଷରେ ଚଳିତ ବର୍ଷର ବିଜ୍ଞାନ ଫଳାଫଳରେ କଲେଜ୍ ପାସ୍ ହାର ୭୨ ଶତାଂଶ ଥିବା ମହାବିଦ୍ୟାଳୟ ଅଧ୍ୟକ୍ଷ ଇ ପ୍ରଦୀପ କୁମାର ପାତ୍ର ଉଲ୍ଲେଖ କରିଛନ୍ତି । ଚଳିତ ବର୍ଷର ମହାବିଦ୍ୟାଳୟ ସଫଳତାକୁ ନେଇ ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ସମସ୍ତ କୃତକାର‌୍ୟ୍ୟ ଶିକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ