ପୁଣିଥରେ ଲଳିତ କଳା ଏକାଡେମୀର ସଭାପତି ହେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର, (ୱାଇଏନ୍‍ଏସ୍‍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଶ୍ୱବିଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ପୁନଃମନୋନୀତ କରାଯାଇଛି । ବାଲୁକା ଶିଳ୍ପୀ ଶ୍ରୀ ପଟ୍ଟନାୟକ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ରୂପେ ୨୦୧୮ ମସିହାରୁ କାର୍ଯ୍ୟନିର୍ବାହ କରିଆସୁଥିଲେ । ତାଙ୍କର କାର୍ଯ୍ୟକାଳ ସରୁଥିବାରୁ ଆଗାମୀ ୩ ବର୍ଷ ପାଇଁ ତାଙ୍କୁ ଲଳିତ କଳା ଏକାଡେମୀର ସଭାପତି ରୂପେ କାର୍ଯ୍ୟନିର୍ବାହ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ