ପୁଣି ଜନନୀ ଯନ୍ତ୍ରଣା, କେବେ ଚେତା ପଶିବ ପ୍ରଶାସନର?
ପାରେଳାଖେମୁଣ୍ଡି, (ତାରିଣୀ ପ୍ରସାଦପଣ୍ଡା):ରାଜ୍ୟ ସରକାର ପ୍ରତି ଗ୍ରାମକୁ ପକ୍କା ସଡ଼କ ଯୋଜନା ନିର୍ମାଣ କରୁଛନ୍ତି. କିନ୍ତୁ ଆଜି ବି ଅନେକ ଗାଁ ରହିଛି ଯାହା ନିମ୍ନମାନର ରାସ୍ତା. ଯାହା ଯାତାୟାତ ଉପଯୋଗୀ ଆଦୌ ନୁହେଁ. ଯାହା ଫଳରେ ବହୁ ଗର୍ଭବତୀ ମହିଳା, ବୃଦ୍ଧ, ସାଧାରଣ ରୋଗୀ, ଛୋଟ ଶିଶୁ ଚିକିତ୍ସା ଅଭାବରୁ ଅକାରଣରେଚାଲି ଯାଉଛି.ଗାଁ ‘ କୁ ଭଲ ରାସ୍ତା ନ ଥିବାରୁ ୫ କିମି ଘାଟ ରାସ୍ତାରେ ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ପିଲିକା ଗାଁରେ। ଗାଁର ସୁକାନ୍ତ ମଣ୍ଡଳଙ୍କ ପତ୍ନୀ ପ୍ରମିଳା ମଣ୍ଡଳଙ୍କର ସକାଳେ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ହେଲେ ଗାଁଙ୍କୁ ଭଲ ରାସ୍ତା ନଥିବାରୁ ଆଶା ଦିଦି ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ପିଲିକା ଗାଁରୁ ପୁଇପାଣି ଚକ ଯାଏଁ ୫କିମି ଘାଟ ରାସ୍ତାରେ ଖଟିଆରେ ବୋହି ନେବା ପରେ ସେଠାରେ ଏକ ଗାଡି ଭଡ଼ା କରି ବିରିକୋଟ ମେଡ଼ିକାଲ ଭର୍ତି କରିଥିଲେ। ସେଠାରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ବେଳେ ବର୍ତ୍ତମାନ ମାଆ ଓ ଶିଶୁର ସ୍ୱାସ୍ଥ୍ୟବସ୍ଥ। ଭଲ ଥିବା ଡାକ୍ତର କହିଛନ୍ତ।