ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦୀପାବଳି ଓ ଶିଶୁଦିବସ ପାଳନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ କୁଲଣା ମୈତ୍ରୀ ଉଚ୍ଚ ବିଦ୍ୟାପୀଠର ୨୦୧୭ ମ୍ୟାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦୀପାବଳି ସହିତ ଶିଶୁଦିବସ ପାଳନ କରାଯାଇଛି । ପୁରାତନ ବିଦ୍ୟାର୍ଥୀ ରାହୁଲ କୁମାର ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ରାଜେନ୍ଦ୍ର ଆରୁଖ, ଦେବଦତ୍ତ ମାଝୀ, ରାକେଶ ସେଠୀ, ପ୍ରତାପ ରଞ୍ଜନ ଜେନା ପ୍ରମୁଖ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ଏହାଛଡା ଦୀପାବଳିରେ ଶିଶୁଦିବସ ପଡିଥିବାରୁ ଶିକ୍ଷକ ଚିନ୍ମୟ ସେନାପତି ବିଭିନ୍ନ ବକ୍ତବ୍ୟ ପ୍ରଦାନ କରି ପୁରାତନ ବିଦ୍ୟାର୍ଥୀମାନଙ୍କ ବିଭିନ୍ନ କାର୍ଯ୍ୟକୁ ଉଚ୍ଚ ପ୍ରଂସଶା କରିଥିଲେ । ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଛାତ୍ରୀ ବିଜୟାଲକ୍ଷ୍ମୀ ଲେଙ୍କା, ମୋନାଲିସା ମାଝୀ, ମାନସୀ ନାୟକ, ଗୋଦାବରୀ ପରିଡା, ହରପ୍ରିୟା ପଣ୍ଡା, ସତ୍ୟଲିପିକା ସାହୁ ପ୍ରମୁଖ ବିଭିନ୍ନ ରଙ୍ଗ ବେରଙ୍ଗର ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଏତଦବ୍ୟତୀତ ବିଦ୍ୟାର୍ଥୀମାନେ ବିଦ୍ୟାଳୟକୁ ଅନେକ ଆଲୋକରେ ସଜ୍ଜିତ କରି ସେଠାରେ ନିରାଡମ୍ବର ଭାବେ ଦୀପାବଳି ପାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ