ପୁରାତନ ଛାତ୍ର ସଂସଦ ତରଫରୁ ଗରୀବ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ପ୍ରୋତ୍ସାହନ

ଛତ୍ରପୁର,(ଦେବଦତ୍ତ ମହାରଣା):ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର  ବିଦ୍ୟପୀଠର ପୁରାତନ ଛାତ୍ର ସଂସଦ ତରଫରୁ ବିଦ୍ୟାଳୟର ଦଶମ ଶ୍ରେଣୀ ଉତୀର୍ଣ୍ଣ ତଥା  ଅର୍ଥନୈତିକ ଅନଗ୍ରସର ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ଅଧ୍ୟୟନ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।ବିଦ୍ୟାଳୟ ପରିସରରେ ସଂସଦର ସଭାପତି ଗଦାଧର ରାଉଳଙ୍କ ସଭାପତିପତିତ୍ବରେ ଅନୁଷ୍ଠିତ ଏକ ବୈଠକରେ ନବ ନିଯୁକ୍ତ ପ୍ରଧାନ ଶିକ୍ଷକ ରାମନାରାୟଣ ପଣ୍ଡାଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦିଆଯାଇ ସ୍ବାଗତ କରାଯାଇଥିଲା ।ସଂସଦର ସଂପାଦକ ତଥା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ସଂସଦର ବିବରଣୀ ଦେଇ ଛାତ୍ର ଛାତ୍ରୀ ମାନେ ଶିକ୍ଷାଗ୍ରହଣରେ ମନୋନିବେଶ କରି ଭବିଷ୍ୟତରେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ ।ସମ୍ପୁର୍ଣ୍ଣ ରୂପେ କୋଭିଡ-୧୯ ନିର୍ଦ୍ଦେଶ ଅନୁଯାୟୀ ପରିଚାଳିତ ଏଇ ସଂକ୍ଷିପ୍ତ ବୈଠକରେ ପୂର୍ବତନ ଛାତ୍ର ଅବସର ପ୍ରାପ୍ତ ଏସ:ଇ ବିପ୍ରଚରଣ ପ୍ରଧାନ ନିଜ ସ୍ବର୍ଗତ ପିତା ମାତାଙ୍କ ସ୍ମୃତିରେ କୃତି ଛାତ୍ର ଛାତ୍ରୀ ଙ୍କୁ କପ୍ ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଗୁରୁ ଲକ୍ଷ୍ମୀ ନାରାୟଣ ଶତପଥୀ, ଅନ୍ତର୍ଯ୍ୟାମୀ ଶତପଥୀ,ଇଂ କୈଳାଶ ବେହେରା, ତ୍ରିପତି ପ୍ରଧାନ, ଅନିଲ୍ ବିଷୋୟିଙ୍କ ସମେତ ବିଦ୍ୟାଳୟର   ଶିକ୍ଷକ-ଶିକ୍ଷୟତ୍ରୀ ମୀନା କୁମାରୀ ଦାଶ, ସୁଧାକର ବଳୀ,ବିଷ୍ଣୁ ପ୍ରିୟା ପାଢୀ, ଯୁଧିଷ୍ଠିର ବେହେରା, ଜୟଶ୍ରୀ ଦୋରା,ରଶ୍ମିତା ପଟ୍ଟନାୟକ, ନିରୁପମା ମିଶ୍ର, ଉଷା ମିଶ୍ର, ଯମୁନା ରେଡି,ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ମୋଟରେ ୬ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଅଧ୍ୟୟନ ପାଇଁ ପ୍ରବେଶ ଦେୟ ପ୍ରଦାନ କରାଯାଇଥିଲା ।ଏଇ କାର୍ଯ୍ୟକ୍ରମକୁ ପୂର୍ବତନ ସରପଞ୍ଚ ପ୍ରଶଂସା କରି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ