ପୁରୀରେ “ଗୁରବେ ନମଃ” କାର୍ଯ୍ୟକ୍ରମରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ

ପୁରୀ : ଆଜି ଯେଉଁ ଓଡିଆ ସଭ୍ୟତା, ସଂସ୍କାର ଓ ପରମ୍ପରା ଅଛି ଏହାକୁ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଆଗକୁ ନେବା ପାଇଁ ପଡିବ ଏବଂ ଏହାକୁ ସୁରକ୍ଷିତ ରଖିବା ପାଇଁ ହେବ । ଏହାସହ ଆଧ୍ୟାତ୍ମିକ ଚେତନାକୁ ନୂତନ ଦିଗଦର୍ଶନ ଦେଇ ମାନବ ସମାଜକୁ ଆଗକୁ ନେବା ପାଇଁ ପଡିବ । ପବିତ୍ର ଗୁରୁ ଦିବସ ଭଳି ଦିବସରେ ସମସ୍ତଙ୍କୁ ଏହି ସଂକଳ୍ପ ନେବାର ଆବଶ୍ୟକତା ରହିଛି ବୋଲି ଗୁରୁବାର ପୁରୀ ଠାରେ ସାଂସ୍କୃତିକ ସଂଗଠନ ‘ନିର୍ଭୟ’ ପକ୍ଷରୁ ଆୟୋଜିତ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଞ୍ଛଗୁରବେ ନମଃ‛ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀ କେବଳ ଗୋଟିଏ ଜାଗା ନୁହେଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନିଜ ସ୍ଥଳ ଏବଂ ଓଡିଆ ଜାତି, ହିନ୍ଦୁ, ମାନବ ଧର୍ମର ଅନନ୍ୟ ପ୍ରତୀକ । ଆଜି ଏକବିଂଶ ଶତାବ୍ଦିରେ ନବକଳେବର ପରେ ମହାପ୍ରଭୁ ଜଗନ୍ନାଥଙ୍କର ଯୋଜନା ପୁରୀ ନାମକ ଏକ ସଭ୍ୟତାକୁ ଆଉଥରେ ପୁନଃସ୍ଥାପିତ କରିବାର ସମୟ, ଏହା ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡିବ । ଓଡିଶା ତଥା ପୁରୀରେ ବନ୍ୟା, ବାତ୍ୟା ତଥା କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଲେ ମହାପ୍ରଭୁ ଜଗନ୍ନାଥ ଏହି ବିପର୍ଯୟରୁ ରକ୍ଷା କରିବେ ବୋଲି ପୁରୀ ଲୋକମାନଙ୍କ ମଧ୍ୟରେ ଦମ୍ଭ ଥିଲା । କିନ୍ତୁ ପ୍ରଳୟ ନୂଆ ସୁଯୋଗ ଖୋଜିବା ପାଇଁ ହୁଏ । ନୂଆ ସୁଯୋଗ ଓ ନୂଆ ସମ୍ଭାବନା ହେଲେ ଅନେକ ନୂଆ ଜିନିଷ ଶିଖିବାକୁ ମିଳିଥାଏ । ବିପଦ ଆପଦ ସମୟରେ ସମସ୍ତେ ନିଜ ନିଜର ଦାୟିତ୍ୱ ନିର୍ବାହ କରିବାର ଆବଶ୍ୟକତା ରହିଛି, ପୁରୀ ଜିଲ୍ଲାର ସମ୍ପନ୍ନତାକୁ ହିସାବ କରାଗଲେ ୟୁରୋପର ଦୁଇ ତିନୋଟି ଦେଶକୁ ମିଶାଇ ଯାହା ସମ୍ଭାବନା ରହିଛି କେବଳ ମହାପ୍ରଭୁ ଜଗନ୍ନାଥଙ୍କ ପାଦଦେଶରେ ଦୁଇଟି ଜିଲ୍ଲା ମିଶାଇଲେ ତାହାର ସମ୍ଭାବନା ରହିଛି । ପୁରୀ ଆଗକୁ ଗଲେ ଓଡିଶା ସୌଭାଗ୍ୟଶାଳୀ ହେବ ଏବଂ ଓଡିଶା ସୌଭାଗ୍ୟଶାଳୀ ହେଲେ ପୂର୍ବଭାରତ ସୌଭାଗ୍ୟଶାଳୀ ହେବ ଏବଂ ପୂର୍ବ ଭାରତ ସୌଭାଗ୍ୟଶାଳୀ ହେଲେ ଭାରତ ଉକ୍ରଷତା ଚରମ ସୀମାକୁ ଯିବ । ମହାପ୍ରଭୁ ଜଗନ୍ନାଥ ଏକ ମାତ୍ର ଠାକୁର ଯେ ବର୍ଷକରେ ଥରେ ଭକ୍ତଙ୍କୁ ଦର୍ଶନ କରିବାକୁ ବଡଦାଣ୍ଡକୁ ଆସନ୍ତି । ପ୍ରଜାତନ୍ତ୍ରରେ ଏପରି ବଡ ଉଦାହରଣ ପୃଥିବୀରେ କେଉଁଠି ବି ଦେଖିବାକୁ ମିଳେନାହିଁ ବୋଲି ସେ କହିଛନ୍ତିା ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ପଦ୍ମବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର, ପୁରୀର ନିବନିର୍ବାଚିତ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ମହାପାତ୍ର ଓ ଦେବୀପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରେ “ଗୁରବେ ନମଃ” କାର୍ଯ୍ୟକ୍ରମରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ
ପୁରୀରେ “ଗୁରବେ ନମଃ” କାର୍ଯ୍ୟକ୍ରମରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ