ପୁରୀରେ ୨୫ତମ ଗ୍ଲୋରି ଫେଷ୍ଟ୍‌ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ-ଧର୍ମେନ୍ଦ୍ର ପ୍ରଧାନ

ପୁରୀ, – ଓଡିଶାରେ ଆୟୋଜିତ ଗ୍ଲୋରି ଫେଷ୍ଟ୍ ପର୍ଯ୍ୟଟନ କ୍ଷେତ୍ରରେ ବଡ ଭୂମିକା ନେଇଛି ବୋଲି ରବିବାର ପୁରୀ ଠାରେ ଆୟୋଜିତ ୨୫ତମ ଗ୍ଲୋରି ଫେଷ୍ଟର ଜାତୀୟସ୍ତରୀୟ ଅନ୍ତଃବିଶ୍ୱବିଦ୍ୟାଳୟ
ସାଂସ୍କୃତିକ ମହୋତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ଅନୁଷ୍ଠିତ ଗ୍ଲୋରି ଫେଷ୍ଟ୍ ଇତିମଧ୍ୟମରେ ଜାତୀୟ ସ୍ତରର ରୂପ ନେଇଛି । ଅନେକ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଏହି ମହୋତ୍ସବରେ ଯୋଗଦେଇଛନ୍ତି । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ମଧ୍ୟ ଅନେକ ପ୍ରତିଭାବାନ ଛାତ୍ରଛାତ୍ରୀ ସାମିଲ
ହେବା ଆନନ୍ଦର ବିଷୟ ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଏହି ମହୋତ୍ସବର ସଫଳତା କାମନା କରିବା ସହ କାର୍ଯକ୍ରମରେ ଯୁବକଙ୍କ ସହଯୋଗ ବଢିବା ନେଇ ସେ ମତବ୍ୟକ୍ତ କରିଛନ୍ତି । ଏହି ଉତ୍ସବର ଉତୋରତର ଉନ୍ନତି ପାଇଁ ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ