ଆଜି ଦିଲ୍ଲୀରେ ସିଏଏ କୁ ବିରୋଧୀ ଦଳମାନଙ୍କ ବୈଠକ
ନୂଆଦିଲ୍ଲୀ- ସୋମବାର ବିରୋଧୀ ଦଳମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ରହିଛି । ଏହି ବୈଠକରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଓ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଦୂରରେ ରହିବେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନାଅନୁସାରେ ଏହି ବୈଠକ ଜରିଆରେ ସରକାରଙ୍କୁ ବିରୋଧୀ ଦଳର ନେତାମାନେ ଟାର୍ଗେଟ କରିପାରନ୍ତି । ମାତ୍ର ବିରୋଧୀଙ୍କ ଏହି ବୈଠକ ସଫଳ ହେବ ନାହିଁ ବୋଲି କୁହାଯାଉଛି । କାରଣ ମମତା ଓ ମାୟାବତୀ ଏହି ବୈଠକରୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି ଯେ, ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମଦଳ ଖରାପ ରାଜନୀତି କରୁଛନ୍ତି ଏବଂ ସେମାନେ ସିଏଏ ଓ ଏନଆରସି ବିରୋଧ ନିଜସ୍ୱ ବଳରେ କରିବେ ।


