ବିବେକାନନ୍ଦ କେନ୍ଦ୍ରର ନୂଆ ଏକାଡେମୀକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, – ଓଡିଆ ପିଲାଙ୍କ ପୃଷ୍ଟିଜନିତ ଉଚ୍ଚତା ଏବଂ ଓଜନ ସମସ୍ୟାର ଆହ୍ୱାନକୁ ସାମ୍ନା କରିବା ସମ୍ପନ୍ନ ଓଡିଆଙ୍କ ଦାୟିତ୍ୱ ବୋଲି ରବିବାର ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ସମାରୋହରେ ଯୋଗଦେଇ ବିବେକାନନ୍ଦ କେନ୍ଦ୍ରର ନୂଆ ଯୋଗ, ସାଂସ୍କୃତିକ ଓ ପରିଚାଳନା ଏକାଡେମୀକୁ ଉଦଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା କହିଛନ୍ତି ଯେ ୨୦୩୬ରେ ଓଡିଶାକୁ ଭାଷାଭିତିକ ରାଜ୍ୟ ଭାବେ ୧୦୦ ବର୍ଷ ପୂରିବ । ମାତ୍ର ଆଜିର ଦିନରେ ଓଡିଶାରେ ଗର୍ଭଧାରଣ କରୁଥିବା ମାଆ ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଚିନ୍ତାଜନକ ବିଷୟ । ବର୍ଷକୁ ୮ ଲକ୍ଷ ପିଲା ରାଜ୍ୟରେ ଜନ୍ମହେବା ବେଳେ ୩-୪ ଲକ୍ଷ ମାଆ ଓ ଶିଶୁଙ୍କ ଯତ୍ନ ନେଲେ ହିଁ ଓଡିଶାକୁ ସ୍ୱତନ୍ତ୍ର ୧୦୦ ବର୍ଷ ପୂର୍ତି ସମୟରେ ଓଡିଶା ଶକ୍ତିଶାଳୀ ରାଜ୍ୟ ଭାବେ ଉଭା ହେବ ।
ସ୍ୱାମୀ ବିବେକାନନ୍ଦଙ୍କ ଅର୍ଥରେ ଆପଲାଏଡ୍ ହିନ୍ଦୁତ୍ୱ ଅର୍ଥ କଣ । ବିବେକାନନ୍ଦଙ୍କ ଅର୍ଥରେ ହିନ୍ଦୁତ୍ୱ ଗୋଟିଏ ଧର୍ମ ନୁହେଁ ଉପାସନା ପଦ୍ଧତିକୁ ବୁଝାଏ । ସଂପ୍ରତି ହିନ୍ଦୁତ୍ୱର ଅର୍ଥ ହେଉଛି ଉପାନ୍ତ ଅଂଚଳରେ ଥିବା ସାଢେ ୪ ଲକ୍ଷ ମାଆ ଓ ଶିଶୁଙ୍କ ଯତ୍ନ ନେବା ଏବଂ ଏହି ଦାୟିତ୍ୱ କେବଳ ସରକାରଙ୍କର ନୁହେଁ ସମାଜର ଦାୟିତ୍ୱ ମଧ୍ୟ । ସ୍ୱାମୀଜୀ କେବଳ ଉପାସନା ନୁହେଁ ହିନ୍ଦୁତ୍ୱର ଆଧୁନିକ ବାଖ୍ୟା କରି ପ୍ରଗତି ପାଇଁ ନୂଆ ରାସ୍ତା ଦେଖାଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କ ଆଦର୍ଶ ଓ ବିଚାରକୁ ଆଗକୁ ନେଇଥିଲେ ବିଟ୍ରିଶ ଶାସନ ସମୟରେ ଭାରତକୁ ଦୁନିଆ ଆଗରେ ଉପସ୍ଥାପନ କରିଥିଲେ ବିବେକାନନ୍ଦ । ମାନବ ମାତ୍ର କଲ୍ୟ।।ଣ ହିଁ ସ୍ୱାମୀ ବିବେକାନନ୍ଦଙ୍କ ଲକ୍ଷ୍ୟ ଥିଲା । ଭାରତରେ ଜଣେ ବି ଯୁବକ ନାହିଁ ଯେ ବିବେକାନନ୍ଦଙ୍କ ବିଚାରରେ ପ୍ରଭାବିତ ହୋଇଥିବ । ରବିବାରଉଦଘାଟିତ ହୋଇଥିବା ୪ ମହଲା ବିଶିଷ୍ଟ ଏକାଡେମୀ ସଂସ୍କୃତି, ଯୋଗ ଓ ଆଧୁନିକ ପରିଚାଳନା କ୍ଷେତ୍ରରେ ଆଗାମୀ ଦିନରେ ପୂର୍ବ ଭାରତର ଗବେଷଣା କେନ୍ଦ୍ର ଭାବେ ପ୍ରତିଷ୍ଠିତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


