ପୁରୁଷଙ୍କ ତୁଳନାରେ ମହିଳାମାନେ ଦୀର୍ଘାୟୁ

ପୁରୁଷଙ୍କଠାରୁ ମହିଳା ମାନେ ଦୀର୍ଘାୟୁ ହୋଇଥାନ୍ତି । ଏକ ଗବେଷଣାରୁ ଜଣାପଡ଼ିଛି ଯେ ମହିଳାମାନଙ୍କ ଶରୀରରେ ଥିବା ଗୁରୁତ୍ୱପୂର୍ଣ୍ଣ କୋଷଗୁଡ଼ିକ ଏତେ ଶୀଘ୍ର କ୍ଷତିଗ୍ରସ୍ତ ହୁଏ ନାହିଁ । କିନ୍ତୁ ପୁରୁଷମାନଙ୍କ ଶରୀରରେ ଥିବା କୋଷଗୁଡ଼ିକ ଶୀଘ୍ର କ୍ଷତିଗ୍ରସ୍ତ ହୋଇଥାଏ । ମୁଖ୍ୟତଃ ଏହି କାରଣ ଯୋଗୁଁ ହିଁ ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁ ଶୀଘ୍ର ହୋଇଥାଏ । ଗବେଷକମାନେ ମଣିଷ ଶରୀରରୁ ମିଟୋଚୋର୍ଣ୍ଣିଆଲ ନାମକ ଏକ କୋଷର ସନ୍ଧାନ ପାଇଛନ୍ତି । ଏହି କୋଷ ମହିଳାଙ୍କ ତୁଳନାରେ ପୁରୁଷଙ୍କୁ ବେଶି ପ୍ରଭାବିତ କରିଥାଏ । ବାପା ମା’ ଉଭୟଙ୍କ ଜିନ୍ ନେଇ ପିଲା ଜନ୍ମ ହୋଇଥାଏ । ହେଲେ ପିଲା କେବଳ ମା’ର ମିଟୋଚୋର୍ଣ୍ଣିଆଲ ଜିନ୍ ଗ୍ରହଣ କରିଥାଏ । ଫଳରେ ମହିଳାମାନଙ୍କର ମିଟୋଚୋର୍ଣ୍ଣିଆଲ୍ ଜିନ୍ ନିୟନ୍ତ୍ରଣରେ ରହେ । ପୁରୁଷ ତଥା ପିତାଠାରେ ମିଟୋଚୋର୍ଣ୍ଣିଆଲ୍ କୋଷ କ୍ଷତିଗ୍ରସ୍ତ ହୋଇଥାଏ । ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ ସାଧାରଣ ଭାବେ ପୁରୁଷମାନେ ମହିଳାଙ୍କ ତୁଳନାରେ ଶୀଘ୍ର ମୃତ୍ୟୁବରଣ କରିଥିବା ନଜର ରହିଛି । ଏହାର ପ୍ରଧାନ କାରଣ ହେଉଛି ମିଟୋଚୋର୍ଣ୍ଣିଆଲ୍ କୋଷ । ଏହା ପୁରୁଷଙ୍କ ଆୟୁ ହ୍ରାସ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ