ପୁର୍ବତନ ନଗର କଂଗ୍ରେସ ସଭାପତିଙ୍କ ପରଲୋକ

ବେଲଗୁଣ୍ଠା,( ଶିବରାମ ଚୌଧୁରୀ) : ବେଲଗୁଣ୍ଠା ସହରର ଜଣାଶୁଣା ଯୁବନେତା,ପୁର୍ବତନ ନଗର କଂଗ୍ରେସ ସଭାପତି ତଥା ବିଶିଷ୍ଟ ସୁନା ବ୍ୟବସାୟୀ ଡି ନମଃଶିବାୟ ବିନ୍ଧାଣିରାଙ୍କ ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୫ବର୍ଷ ହୋଇଥିଲା ।ସେ କିଛିଦିନ ଧରି ଅସୁସ୍ଥ ଥିଲେ ।କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କର ଜଣେ ୧୨ ବର୍ଷର ପୁଅ ଓ ୭ ବର୍ଷରେ ଝିଅ ଅଛନ୍ତି ।ସେ ଜଣେ ମିଷ୍ଠଭାଷୀ,ପରୋପକାରୀ ବ୍ୟକ୍ତି ଥିବାରୁ ତାଙ୍କର ଅକାଳ ବିୟୋଗରେ ବେଲଗୁଣ୍ଠା ସହର ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି ।ଆଜି ସକାଳେ ବେଲଗୁଣ୍ଠା ସହରରେ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ତାଙ୍କ ମରଶରୀରକୁ ବେଲଗୁଣ୍ଠା ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି  ଶ୍ରଦ୍ଧାଞ୍ଜଳି ଜ୍ଞାପନ  କରିବା ସହ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ