ପୂଜ୍ୟ ପୂଜା ସମିତି ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳନ

ବ୍ରହ୍ମପୁର,(ଅନିଲ କୁମାର): ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜୟନ୍ତୀ ପାଳନ ହୋଇଯାଇଛି l ସମିତି ସମ୍ପାଦକ ଏସ. ସାମ୍ବାଶିବା ରାଓଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଲକ୍ଷ୍ମଣ ନାୟକ ସ୍ମୃତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସ୍ମୃତି ଚାରଣ ଅନୁଷ୍ଠିତ ହୋଇଯାଇଛି l ପରାଧୀନ ଭାରତରେ ଗରିବ କୃଷକ, କ୍ଷେତମଜଦୂର, ଆଦିବାସୀ ଓ ଦଳିତ ମାନଙ୍କ ଉପରେ ନିର୍ଯ୍ୟାତନା ଓ ଶୋଷଣ ବିରୁଦ୍ଧରେ ଲଢେଇ କରି ସହିଦତ୍ୱ ପ୍ରାପ୍ତ କରିଥିବା ଲକ୍ଷ୍ମଣ ନାୟକ ଚୀର ସ୍ମରଣୀୟ l କେବଳ ବ୍ରିଟିଶ ସମ୍ରାଜ୍ୟବାଦର ଅନ୍ତ ନୁହଁ, ଦେଶରୁ ସବୁଦିନ ପାଇଁ ସମସ୍ତ ପ୍ରକାର ଅନ୍ୟାୟ, ଶୋଷଣ, ଜୁଲୁମର ବିଲୋପ ଘଟୁ,ଅନ୍ଧ ବିଶ୍ୱାସ, କୁସଂସ୍କାରର ପତନ ହେଉ, ଏହା ହିଁ ଥିଲା ବୀର ଲକ୍ଷ୍ମଣ ନାୟକଙ୍କ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବଳିଷ୍ଠ ଭୂମିକା l ଆଜିର ପରିସ୍ଥିତିରେ ଜମି, ଜଳ, ଜଙ୍ଗଲ, ଖଣି ତଥା ସମସ୍ତ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ଜଙ୍ଗଲରେ ବାସ କରୁଥିବା ଆଦିବାସୀଙ୍କ ଅଧିକାରର ଲଢେଇ ପାଇଁ ଶହୀଦ ଲକ୍ଷ୍ମଣ ନାୟକ ଜଣେ ଅନ୍ୟତମ ଯୁଗାନ୍ତକାରୀ ବ୍ୟକ୍ତିତ୍ୱ ଭାବେ ପ୍ରେରଣାର ଉଚ୍ଛ l ଆଜି ଓଡ଼ିଶାର ବିଭିନ୍ନ ଖଣି, ନଦୀ, ଜଙ୍ଗଲ, ପାହାଡ଼ ଆଦି ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସମସ୍ତ ଓଡିଶା ବାସୀ ସ୍ୱର ଉତ୍ତୋଳନ ପାଇଁ ଆଜିର ସଭାରେ ମତ ପ୍ରକାଶ ପାଇଥିଲା l ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସୁରେନ୍ଦ୍ର ନାଥ ପଣ୍ଡା, ଶିବାଂଶ ସାମନ୍ତରାୟ, ଅଳକ ନାଥ ମିଶ୍ର,କେଦାରନାଥ ଚୌଧୁରୀ,ରଂଜିତ କୁମାର ସାମନ୍ତରାୟ,ପ୍ରମୋଦ କୁମାର ପଣ୍ଡା,ଗୌରୀ ଶଙ୍କର ମହାନ୍ତି,ଅବନୀ ଗୟା ପ୍ରମୁଖ ମତବ୍ୟକ୍ତ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ