ପୂଣ୍ୟାତ୍ମା ପୂର୍ଣ୍ଣବାସୀଙ୍କ ପ୍ରଥମ ପୂଣ୍ୟତିଥି ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ପାରଲ ମହାନ୍ତି ସ୍ମୃତି କମିଟି ଆନୁକୂଲ୍ୟରେ ପୂଣ୍ୟାତ୍ମା ପୂର୍ଣ୍ଣବାସୀଙ୍କ ପ୍ରଥମ ବାର୍ଷିକ ପୂଣ୍ୟତିଥି ଶିକ୍ଷକ ଶୁଭାଂଶୁ କୁମାର ଦାସଙ୍କ ପୈାରେହିତ୍ୟରେ ଗୁରୁବାର ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କରିଲୋପାଟଣା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡଃ. ସର୍ବେଶ୍ୱର ସେଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ମହାନ୍ତି ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ମହୀୟସୀ ମହିଳା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏଅଞ୍ଚଳ ପ୍ରତି ଥିବା ତାଙ୍କ ଅତୁଳନୀୟ ଅବଦାନ ପାଇଁ ତାଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାକୁ ସେ ପ୍ରସ୍ତାବ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ପ୍ରଦିପ କୁମାର ଦାଶ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ନିରୂପମା ଦାସ, ସ୍ୱପ୍ନାଂଶୁ ଦାସ, ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତା ମହାନ୍ତି ଭରତପୁର ଗ୍ରାମର ଜନନୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଗ୍ରାମର ଆବାଳ ବୃଦ୍ଧବନୀତା ତାଙ୍କୁ ଭଲ ପାଉଥିଲେ । ଏହି ଅବସରରେ ତାଙ୍କ ଜ୍ୟେଷ୍ଠପୁତ୍ର ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ସଂଯୋଜନାରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ କଣ୍ଠଶିଳ୍ପୀ ରୋହିତ ଦାସ, ବିନାୟକ ସୂତାର, ପ୍ରଭାତି ମହାନ୍ତି, ପୂର୍ଣ୍ଣିମା ଦାସ, ପ୍ରଫୁଲ୍ଲ ଦାସ, ଗୋଲଖ ସେଠୀ, ହିମାଂଶୁ କର, ବୋନସ ଦାସ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ପୁତ୍ର ସୁବୋଧ କୁମାର ଦାସ, ଶିବ ପ୍ରସାଦ ଦାସ, ସୁଶାନ୍ତ ଦାସ, ସାରଦା ଦାସ, ପ୍ରମିଳା ଦାସ, ସ୍ମୃୃତି ଦାସ, ସୁରେନ୍ଦ୍ର କୁମାର ଦାସ, ବିରଜା ପ୍ରସାଦ ମହାନ୍ତି, ଶକ୍ତି ପ୍ରସାଦ ମହାନ୍ତି, ବିମଳାକାନ୍ତ ଚୈାଧୁରୀ, ଶ୍ରୀଧର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।