ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ବାବୁ ଙ୍କ ଶ୍ରାଦ୍ଧ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଗୋବିନ୍ଦ ପୁର ସ୍କୁଲ ପରିସରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ବର୍ଗତ ପ୍ରଫୁଲ୍ଲ ନାୟକ ଙ୍କ ୨୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି, ଏଥିରେ ଅତିଥିଭାବେ ଆଇନଜୀବୀ ରାମ ଚନ୍ଦ୍ର ବେହେରା, ବାବୁ ନାହାକ କଂଗ୍ରେସ ନେତା ଭାଗିରଥି ବେହେରା, ପୂର୍ବତନ ସରପଂଚ ନରହରି ରେଡ୍ଡୀ,ଯୋଗଦେଇ ପ୍ରଫୁଲବାବୁଙ୍କ ଜନ କଲ୍ୟାଣ କାର୍ଯ୍ୟ ଓ ଏହି ଅଞ୍ଚଳ ରେ ଶିକ୍ଷାର ଉନ୍ନତି ପାଇଁ ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ, ଏହି କାର୍ଯ୍ୟକ୍ରମରେ ଗୋଲକ ନାୟକ, ଚେଲ ପତି ରେଡ୍ଡୀ, ମନୁ ନାୟକ, ପ୍ରଧାନ ଶିକ୍ଷକ ସୌରି ନାୟକ, କୁମୁଦ ବେହେରା, ଅଜିତ୍ ଚୌଧୁରୀ ଅଶୋକ ପଟ୍ଟନାୟକ, ପ୍ରଦୀପ ନାୟକ ସମେତ ଶତାଧିକ ଛାତ୍ର/ଛାତ୍ରୀ ଉପସ୍ଥିତ ଥିଲେ, କ୍ରୀଡା ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ