ପୂର୍ବ ଓଷକଣା ଗାଁରେ ବାକ୍ସ ଭାଙ୍ଗି ସୁନା ଚେନ୍ ଓ ଟଙ୍କା ଲୁଟି ନେଲେ ଦୁବୃର୍ତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ ଓଷକଣା ପଂଚାୟତ ପୂର୍ବ ଓଷକଣା ଗ୍ରାମର ପ୍ରଭାସ ଚନ୍ଦ୍ର ନାୟକଙ୍କ ଘରୁ ଚୋରି ଯାଇଥିବା ପ୍ରଭାସ ଥାନାରେ ଶନିବାର ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିିତିକରି ପୋଲିସ ପକ୍ଷରୁ ଏକ ମାମଲା ରରୁଜୁ କରାଯାଇ ତଦନ୍ତ କରାଯିବା ସହ ଅଧିକ ତଦନ୍ତ ପାଇଁ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିବା ଜଣାଯାଇଛି । ଅଭିଯୋଗ ମୁତାବକ ପ୍ରଭାସ ନିଜ ଭଉଣୀ ଘରକୁ ଗତ ଡିସେମ୍ବର ୨୨ତାରିଖ ଗୁରୁବାର ଅପରାହ୍ନରେ ଘରକୁ ତାଲା ପକାଇ ଯାଇଥିଲେ । ଭଉଣୀ ଘରେ ତାଙ୍କ ବଡ ପୁଅ ରହି ପାଠ ପଢୁଥିବାରୁ ପୁଅର ପାଠପଢା ବିଷୟ ବୁଝିବା ସହିତ କାର୍ଯ୍ୟଥିବାରୁ ସେଠାରେ ରହି ଯାଇଥିଲେ । କାର୍ଯ୍ୟ ସାରି ଗତ ୨୪ ତାରିଖ ସଂଧ୍ୟାରେ ଘରକୁ ଫେରିଥିଲେ । ଘରକୁ ଫେରି ଦେଖିଲା ବେଳକୁ ଘରର ତାଲା ଭଙ୍ଗା ଯାଇଥିବା ବେଳେ ଘରେ ଥିବା ବାକ୍ସ ଭଙ୍ଗା ଯାଇଛି । ବାକ୍ସ ମଧ୍ୟରେ ଥିବା ୧୯ଗ୍ରାମରୁ ଅଧିକ ଗ୍ରାମର ସୁନା ଚେନ୍ ସମେତ ୩୫ହଜାର ଟଙ୍କାଙ୍କୁ କେହି ଦୁବୃର୍ତ ନେଇ ଯାଇଥିବା ବେଳେ ବାକ୍ସରେ ଥିବା ଲୁଗାପଟା ଚାରିଆଡେ ଫୋପଡା ଦେଇଛି । ତେଣୁ ଉକ୍ତ ଦୁର୍ବୃତକୁ ଧରିବା ପାଇଁ ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ୨୯୧/୨୨ରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରୀ ରହିଥିବା ଗାରୋଇ ଫାଣ୍ଡୀ ଅଧିକାରୀ ଏଏସଆଇ ସୁଶାନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।