ପୃଥକ ପୃଥକ ଜୁଆ ଆଡ୍ଡା ଉପରେ ଚଢାଉ ୧୦ ଗିରଫ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ପୃଥକ ଭାବେ ଦୁଇଗୋଟି ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ମୋଟ ୧୦ଜଣଙ୍କୁ ଗିରଫ କରିଥିବାବେଳେ ୧୬ହଜାର ୧୦୦ଟଙ୍କା, ମୋବାଇଲ, ଆଦି ଜବତ କରିଥିବାର ଜଣାପଡିଛି । ଥାନା ଅଧିକାରୀ ବିବେକା ନନ୍ଦ ସ୍ୱାଇଁଙ୍କ ସୂତ୍ରରୁ ପ୍ରକାଶ ଯେ ସିଦ୍ଧାର୍ଥ ନଗର ୫ମ ଲେନ୍‌ରେ ଜୁଆ ଖେଳ ଚାଲିଥିବାର ଖବର ପାଇ ଚଢାଉ କରାଯାଇଥିଲା । ଏଥିରେ ୫ଜଣଙ୍କୁ ଗିରଫ କରାଯିବା ସହ ୪ହଜାର ୨ଶହ ଟଙ୍କା ଜବତ କରାଯାଇ ୨୫୭/୨୦ରେ ମାମଲା ରୁଜୁ ହୋଇଛି । ସେହିପରି ଓଡିଆ ପାରଳା ସାହିର ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ସେଠାରେ ୫ଜଣଙ୍କୁ ଗିରଫ କରାଯିବା ସହ ୩ଗୋଟି ମୋବାଇଲ ଫୋନ ଏବଂ ୧୧ହଜାର ୯ଶହ ଟଙ୍କା ଜବତ କରାଯାଇଛି । ଏନେଇ ପାରଳାଖେମୁଣ୍ଡି ଥାନାରେ ୨୫୮/୨୦ରେ ଏକ ମାମଲା ରୁଜୁ ହୋଇଥିବାର ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ