ପୃଥିବୀର ଦୀର୍ଘତମ ବିମାନଯାତ୍ରା

ପୃଥିବୀର ସବୁଠାରୁ ଦୀର୍ଘତମ ବିମାନଯାତ୍ରା ହେଉଛି ସିଙ୍ଗାପୁରରୁ ନ୍ୟୁୟକର୍୍ । ଏହି ଉଡ଼ାଣ ସମ୍ପୂର୍ଣ୍ଣ କରିବାକୁୂ ଲାଗେ ୧୯ ଘଣ୍ଟା । ୧୬,୭୦୦ କି.ମି. ଦୂରତାକୁ ୧୯ ଘଣ୍ଟା ସମୟରେ ପୂରଣ କରାଯାଇଥାଏ । ଏହି ବିମାନରେ ଯାତ୍ରୀମାନଙ୍କ ମନୋରଞ୍ଜନ ପାଇଁ ବିଶେଷ ସୁବିଧା ରହିଛି । ଚଳଚ୍ଚିତ୍ର ଓ ଟେଲିଭିଜନ୍ ସୁବିଧା ରହିଛି । ଜାଣନ୍ତୁ, ଦୁନିଆର କେଉଁ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଅଧିକ ସମୟ ଧରି ବିମାନ ଯାତ୍ରା କରିଥାଏ ଓ କ’ଣ ବିଶେଷତ୍ୱ ରହିଥାଏ ସମସ୍ତ ବିମାନର । ଏୟାର୍ବସ୍ “ଏ ୩୫୦-୯୦୦ୟୁଆର୍ଏଲ୍’ରେ ୧୬୧ ଜଣ ଯାତ୍ରା କରିପାରିବେ । ଏହାର ଇକୋନୋମି କ୍ଲାସ୍ ନାହିଁ । ୬୭ ଜଣ ବିଜ୍ନେସ୍ କ୍ଲାସ୍ ବା ବାଣିଜ୍ୟ ଶ୍ରେଣୀ ଓ ୯୪ ଜଣ ପ୍ରିମିୟମ୍ ଇକୋନୋମିରେ ଯାତ୍ରା କରିପାରିବେ । ଏଠାରେ ସାଧାରଣ ଇକୋନୋମି ଶ୍ରେଣୀର ସିଟ୍ ନାହିଁ । ବିମାନରେ ପ୍ରାୟ ୧,୨୦୦ ଘଣ୍ଟା ସମୟର ଅଡିଓ-ଭିଜୁଆଲ୍ ମନୋରଞ୍ଜନ ପାଇଁ ସାମଗ୍ରୀ ଉପଲବ୍ଧ ରହିଛି । ସାଧାରଣ ବିମାନ ଅପେକ୍ଷା ଏହି ବିମାନ ଭିତରର ଛାତ ଉଚ୍ଚ ରହିଥାଏ, ଝରକା ମଧ୍ୟ ବଡ଼ ହୋଇଥାଏ । ଏହା ସହ ଅଧିକ ସମୟର ବିମାନ ଯାତ୍ରାରେ ହେଉଥିବା ଶାରୀରିକ ସମସ୍ୟା ନ ହେବା ପାଇଁ ସ୍ୱତନ୍ତ୍ର ଲାଇଟିଂ ଡିଜାଇନ୍ କରାଯାଇଛି ।
ଦୀର୍ଘତମ ସମୟ ବିମାନଯାତ୍ରା
ସିଙ୍ଗାପୁର – ନ୍ୟୁୟକର୍୍ – ୧୮ ଘଣ୍ଟା ୪୫ ମିନିଟ୍
ଅକ୍ଲ୍ୟାଣ୍ଡ୍ – ଦୋହା – ୧୭ ଘଣ୍ଟା ୪୦ ମିନିଟ୍
ହୋଷ୍ଟନ୍ – ସିଡ୍ନୀ – ୧୭ ଘଣ୍ଟା ୩୦ ମିନିଟ୍
ପଥର୍୍ – ଲଣ୍ଡନ୍ – ୧୭ ଘଣ୍ଟା ୨୦ ମିନିଟ୍
ଲେସ୍ଆଞ୍ଜେଲେସ୍ – ସିଙ୍ଗାପୁର – ୧୭ ଘଣ୍ଟା ୨୦ ମିନିଟ୍
ଅକଲ୍ୟାଣ୍ଡ୍ – ଦୁବାଇ – ୧୭ ଘଣ୍ଟା ୨୦ ମିନିଟ୍
ଜୋହାନ୍ସବଗର୍୍ – ଆଟ୍ଲାଣ୍ଟା – ୧୬ ଘଣ୍ଟା ୫୦ ମିନିଟ୍

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ