ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ଆଠ ଗଡ଼ିଆ ସାହିର ବି.ଦିନବନ୍ଧୁ ନାମକ ଜଣେ ଯୁବକ ଙ୍କ ମୃତଦେହ ପୋଖରୀ ରୁ ଉଦ୍ଧାର କରାଯାଇଛି।ସେ ପୋଖରୀର ଗଭୀର ପାଣି ରେ ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି।ମଙ୍ଗଳବାର ସକାଳୁ କାମ କରୁଥିବା ବସଷ୍ଟାଣ୍ଡ ର ମାଛ ଦୋକାନ କୁ ଯାଇଥିଲେ ମଧ୍ୟ ରାତି ୧୦ ଟା ଯାଏଁ ଘରକୁ ଫେରି ନଥିଲେ।ପରିବାର ଲୋକ ଙ୍କ ଠାରୁ ଖବରପାଇ ତାଙ୍କ ସାଙ୍ଗ ସାଥି ଓ ସାହି ବାସିନ୍ଦା ବହୁ ଖୋଜାଖୋଜି କରିବାପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ପେଣ୍ଡୁରା ବନ୍ଧ ପୋଖରୀ ହିଡ ରୁ ତାଙ୍କ ପ୍ୟାଣ୍ଟ ଓ ଏକ ବାଲ୍ଟି ମିଳିଥିଲା। ସେ ପୋଖରୀରେ ବୁଡି ଯାଇଥିବା ସନ୍ଦେହରେ ଲୋକେ ପୋଲିସ ଓ ଦମକଳ ବାହିନୀ କୁ ଖବର ଦେଇଥିଲେ।ରାତି ପ୍ରାୟ ସାଢେ଼ ୧୦ ଟାରେ ଦମକଳ କର୍ମଚାରୀ ମାନେ ପୋଖରୀ ରେ ପଶି ତଲାସ କରିବା ପରେ ତାଙ୍କ ମୃତଦେହ ମିଳିଥିଲା।ପୋଲିସ ମୃତଦେହ ଜବତ କରି ଥାନା ଅପମୃତ୍ୟୁ ମାମଲା ନଂ.୧୩/୨୦୨୦ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନା କୁ ପଠାଇଥିଲେ।ବୁଧବାର ଅପରାହ୍ନରେ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଗାଁ ଶ୍ମଶାନରେ ଶବ ସତ୍କାର କରାଯାଇଛି।


