ପୋଲସରାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ବେଲଗୁଣ୍ଠା ପ୍ରେସ କ୍ଲବ ର ଦୃଢ଼ ନିନ୍ଦା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପୋଲସରା ବ୍ଲକ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ସୁବ୍ରତ ବେହେରାଙ୍କୁ ଆକ୍ରମଣ ଘଟଣାକୁ ଉତ୍କଳ ସାମ୍ବାଦିକ ସଙ୍ଘ ଓ ବେଲଗୁଣ୍ଠା ପ୍ରେସ କ୍ଲବ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ ହୋଇଛି l ଗତ ଶୁକ୍ରବାର ସନ୍ଧ୍ୟାରେ ପୋଲସରା ବ୍ଲକ କାର୍ଯ୍ୟାଳୟକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ କାର୍ଯ୍ୟାଳୟ ଭିତରେ ଉପସ୍ଥିତ ଥିବା ବ୍ଲକ ଅଧକ୍ଷ ଓ କିଛି ସରପଞ୍ଚଙ୍କ ସମର୍ଥକ ସୁବ୍ରତଙ୍କୁ ଆକ୍ରମଣ କରିଥିବା ନେଇ ଆଜି ପୋଲସରା ଥାନାରେ ଅଭିଯୋଗ ହୋଇଛି l ଉତ୍କଳ ସାମ୍ବାଦିକ ସଙ୍ଘ ଜିଲ୍ଲା ସଭାପତି ଅନିଲ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ, ବୁଗୁଡ଼ା ମିଡ଼ିଆ କ୍ଳବ ଉପ ସଭାପତି ମନୋରଞ୍ଜନ ଦାଶ, ସହ ସମ୍ପାଦକ ହରପ୍ରସାଦ ପାଢ଼ୀ, ଅଭୟ ପ୍ରସାଦ ପାଣିଗ୍ରାହୀ, ଭଞ୍ଜନଗର ବ୍ଲକ ସଭାପତି ଅମରେନ୍ଦ୍ର ପଟ୍ଟନାୟକ, ମନୋଜ ଗୌଡ଼, ଅନିଲ ସେଠି,ସୋରଡ଼ା ୟୁନିୟନର କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ଲୋକନାଥ ମହାନ୍ତି, ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ଚନ୍ଦ୍ରକେତୁ ରାଉତ, ପ୍ରଦୀପ ଚୌଧୁରୀ,ଅକ୍ଷାଂତ ମିଶ୍ର, ବେଲଗୁଣ୍ଠା ସମ୍ପାଦକ ଆଶ୍ୱିନ ମାହାନ୍ତି, ଉପସଭାପତି ପ୍ରଭାତ କୁମାର ସାହୁ, ସହସମ୍ପାଦକ ସରୋଜ ଶତପଥୀ, କୋସାଧକ୍ଷ ବିଭୁପାଦ ଜେନା, ବରିଷ୍ଠ ସଦସ୍ୟ ମାଧବ ଚନ୍ଦ୍ର ଅପଟ, ସୁଶାନ୍ତ ବେହେରା , ସନ୍ତୋଷ ବିଷୋୟୀ, କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ସାହୁ, ପ୍ରଦୀପ ଚୌଧୁରୀ, ସୁଧାଂଶୁ ବିଷୋୟୀ, ସୁରେଶ ସୁବୁଦ୍ଧି, ଶିବରାମ ଚୌଧୁରୀ, ତୋଫାନ ସାହୁ, ଚାନ୍ଦନ ସlହୁ ପ୍ରମୁଖ ଉପସ୍ଥିତ ରହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ କରିଛନ୍ତି l ଏ ନେଇ ପୋଲସରା ଆଇ ଆଇ ସି କୌଶିକ ମାଝୀଙ୍କୁ ଯୋଗାଯୋଗ କରାଯିବରେ ଅଭିଯୋଗ ମିଳିଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ