ପୋଲସରା ଏନ୍.ଏ.ସିରେ ଜବରଦଖଲ ଉଚ୍ଛେଦ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଏନ୍.ଏ.ସି ର ସୌନ୍ଦର୍ଯ୍ୟକରଣକୁ ନେଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ ମୁଖ୍ୟ ସଡ଼କ ସଙ୍କୁଚିତ ହୋଇ ସର୍ବଦା ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ନେଇ ଆପତ୍ତି ଅଭିଯୋଗ ହେଉଥିଲା। ଏହି ସମସ୍ୟାକୁ ନେଇ ନୂତନ ଭାବେ ଯୋଗ ଦେଇଥିବା ପୋଲସରା ଏନ୍.ଏ.ସିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନା ସହରର ଜବରଦଖଲ ଉଚ୍ଛେଦ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୋଲସରା ଏନ୍.ଏ.ସି.କୁ ସଂପୂର୍ଣ୍ଣ ଭାବେ ଜବରଦଖଲ ମୁକ୍ତ କରିବା ପାଇଁ ଶୁକ୍ରବାର ପୋଲସରା ଥାନା ଅଧିକାରୀ କୌଶିକ୍ ମାଝି ଓ ପୋଲିସ ବାହିନୀ ଏବଂ ଏନଏସି ର ସମସ୍ତ ଅଧିକାରୀ ମାନଙ୍କୁ ସାଙ୍ଗରେ ନେଇ ମୁଖ୍ୟ ସଡ଼କ ପଥର ଉଭୟ ପାର୍ଶ୍ବରେ ଥିବା ସମସ୍ତ ଡ୍ରେଇନ ଉପରୁ ଜବରଦଖଲ ଉଛେଦ କରିବାର ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ପୋଲସରା ଏନ୍. ଏ.ସି ଅଫିସରୁ ଆରମ୍ଭ କରି ରାଣିପଡା ଛକର ଉଭୟ ପାର୍ଶ୍ବର ପ୍ରତ୍ୟେକଟି ବ୍ୟବସାୟୀକ ଅନୁଷ୍ଠାନର ମୁଖ୍ୟଙ୍କୁ ଭେଟି ଜବରଦଖଲ ନକରିବା ପାଇଁ ସଚେତନତା ସୃଷ୍ଟି କରିଥିଲେ ଏନ୍. ଏ.ସି ପ୍ରଶାସନ। ଜାଣିଶୁଣି ଜବରଦସ୍ତ ଦଖଲ କରିଥିବା କିଛି ମୁଷ୍ଟିମେୟ ବ୍ୟବସାୟୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ମଧ୍ୟ ଆଦାୟ କରାଯାଇଥିଲା । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ଜବରଦଖଲ ନକରି ନିଜ ବ୍ୟବସାୟୀକ ଅନୁଷ୍ଠାନ ଚଳାଇବା ପାଇଁ ସମସ୍ତ ବ୍ୟବସାୟୀଙ୍କୁ ସଚେତନ କରାଯାଇଛି । ଆଗାମୀ ଦିନରେ ପୋଲସରା ସହର ସୌନ୍ଦର୍ଯ୍ୟକରଣର ଓ ଉନ୍ନତି ପାଇଁ ସମସ୍ତ ଜନସାଧାରଣଙ୍କ ସଂପୂର୍ଣ୍ଣ ସହାୟତାର ଆବଶ୍ୟକତା ରହିଛି ପ୍ରକାଶ କରିଥିଲେ। ସମସ୍ତଙ୍କ ସହଯୋଗରେ ପୋଲସରା ସହରର ସ୍ୱଚ୍ଛତା ସହ ପ୍ରଗତି ହୋଇ ବିକାଶର ନୂତନ ମାଇଲ୍ ଖୁଣ୍ଟ ପ୍ରତିଷ୍ଠା ହୋଇପାରିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜେନା ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ