ପଞ୍ଚମ ବୃତ୍ତୀପରୀକ୍ଷାରେ ଗଞ୍ଜାମ ବ୍ଲକ ଟପ୍ପର ହେଲେ ପ୍ରତ୍ୟୁଷା ପ୍ରିୟଦର୍ଶିନୀ

ଗଞ୍ଜାମ, (ବିନୋଦ ପଲାଇ):ଚଳିତବର୍ଷ ୨୦୨୨-୨୦୨୩ ଶିକ୍ଷାବର୍ଷରେ ପଞ୍ଚମବୃତ୍ତି ପରୀକ୍ଷାରେ ପ୍ରତ୍ୟୁଷା ପ୍ରିୟଦର୍ଶନୀ ଗଞ୍ଜାମ ବ୍ଲକ ଟପ୍ପର ହୋଇ ବିଦ୍ୟାଳୟ ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଗଂଜାମ ସହର ସ୍ଥିତ ସ୍ଵରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅଧ୍ୟନରତ ପ୍ରତ୍ୟୁଷା ପିଲାଟିବେଳୁ ମେଧାବୀ ବିଦ୍ୟାର୍ଥୀ ଥିବା ବେଳେ ତୃତୀୟ ଶ୍ରେଣୀରେ ବୃତ୍ତିପାଇଥିଲେ। ହୁମ୍ମ ଗ୍ରାମର ସେନାବାହିନୀ ରେ କାର୍ଯ୍ୟକରୁଥିବା କୃଷ୍ଣଚନ୍ଦ୍ରଜେନା ଓ ଅଙ୍ଗନାବାଡ଼ି ଦିଦି ପ୍ରମିଳା ବିଶ୍ବାଳଙ୍କ ଝିଅ ଅଟନ୍ତି । ଏହି ସଫଳତା ପାଇଁ ସେ ଶିଶୁମନ୍ଦିର ଆଚାର୍ଯ୍ୟ ,ଆଚାର୍ଯ୍ୟଆ , ବାପା ,ଓ ମଆଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି। ଅନ୍ୟପଟେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା କମିଟି ଓ ଗୁରୁଜି ମାନେ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ