ପୋଲିସକୁ ସାହାଯ୍ୟକରି ହିନସ୍ତା ହେଉଛନ୍ତି ପତିପତ୍ନୀ

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ) : ପଟ୍ଟାମୁଣ୍ଡାଇ ଥାନା ପୋଲିସକୁ ସାହାଯ୍ୟକରି ବଡ ହିନସ୍ତାରେ ପଡିଛନ୍ତି ପତିପତ୍ନୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଲିଆ ଗ୍ରାମରେ । ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଲିଆ ଗ୍ରାମର ଅଲେଖ ନାଥଙ୍କ ପତ୍ନୀ ସଂଯୁକ୍ତା ନାଥ ଅଭିଯୋଗ କରିଛନ୍ତି ଯେ ଗତ ଜୁଲାଇମାସ ୧୭ତାରିଖ ଅପରାହ୍ନରେ ତାଙ୍କ ବାଲିଆ ଗ୍ରାମକୁ ପଟ୍ଟାମୁଣ୍ଡାଇ ଥାନା ପୋଲିସ ଯାଇ ତାଙ୍କ ସ୍ୱାମୀଙ୍କୁ ସେହି ଗ୍ରାମର ୨ଜଣଙ୍କ ଘର ଠିକଣା ପଚାରିଥିଲା । ଅଲେଖ ପୋଲିସକୁ ସାହାଯ୍ୟ କରିବାକୁ ଯାଇ ସେମାନଙ୍କ ଘର ଚିହ୍ନାଇ ଦେଇଥିଲେ । ସେହିଦିନ ସନ୍ଧ୍ୟାରେ ଅଲେଖ ଚିହ୍ନାଇଦେଇଥିବା ଘରର ଲୋକ ଅଲେଖ ଘର ଆଗରେ ଛିଡାହୋଇ ତାଙ୍କ ପତ୍ନୀଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ଘର ଭିତରେ ପଶି ସଂଯୁକ୍ତାଙ୍କୁ ଟଣାଓଟରା କରି ମାଡମାରି ଚାଲିଯାଇଥିଲେ । ସେ ସମୟରେ ଅଲେଖ ଘର ନଥିଲେ । ଅଲେଖ ଘରକୁ ଆସିବାପରେ ପତ୍ନୀ ତାଙ୍କ ଆଗରେ ସମସ୍ତ କଥା କହିବାପରେ ଉଭୟ ସ୍ୱାମୀ ସ୍ତ୍ରୀ ପଟ୍ଟାମୁଣ୍ଡାଇ ଥାନାକୁ ଚାଲିଚାଲି ଯାଇଥିଲେ । ଘର ପାଖରୁ କିଛି ବାଟ ଯାଇଥିବା ସମୟରେ ପଛରୁ ସେମାନଙ୍କୁ ଏକ ଇଣ୍ଡିକା ଧକ୍କା ଦେଇଥିଲା । ଫଳରେ ସେମାନେ ତଳେ ପଡିଯାଇଥିଲେ । ଏହି ସମୟରେ ଅଲେଖକଙ୍କ ପତ୍ନୀଙ୍କ ଗୋଡ ଉପରେ ସେହି ଇଣ୍ଡିକା ଗାଡିଟି ଚଢି ଚାଲିଯାଇଥିଲା । ସ୍ଥାନୀୟ ଲୋକମାନେ ଦୈାଡିଆସି ସେମାନଙ୍କୁ ତଳୁ ଉଠାଇବା ସହ ପୋଲିସକୁ ଫୋନ କରିଥିଲେ । ସଂପୃକ୍ତ ଇଣ୍ଡିକା ଗାଡିକୁ ସରୋଜ ଦାସ ନାମକ ବ୍ୟକ୍ତି ଚଳାଉଥିଲେ ବୋଲି ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ପ୍ରଥମେ ପଠାଇଦିଆଯାଇଥିଲା । ପରେ ସେଠାରୁ ରେଫର ହୋଇ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଡାକ୍ତରଖାନାରେ ପହଁଚି ସେମାନଙ୍କୁ ଦେଖିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କିନ୍ତୁ ଅଦ୍ୟାବଧି ପୋଲିସ କୈାଣସି ପଦକ୍ଷେପ ନେଇନଥିବା ଉଭୟ ପତିପତ୍ନୀ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଅଭିଯୋଗର ନକଲ ଦେବାକୁ ପୋଲିସ ମନାକରିଦେଇଥିବା ବେଳେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ମେଡିକାଲ ପଠାଇବାରେ ସହଯୋଗ କରିଥିବା ୪ଜଣଙ୍କୁ ପୋଲିସ ଥାନାକୁ ଡାକି ଅଟକ ରଖିଥିବା ଅଭିଯୋଗ ହୋଇଛି । ଅଲେଖଙ୍କ ପତ୍ନୀ ସଂଯୁକ୍ତାଙ୍କ ଗୋଡଭାଙ୍ଗିଯାଇଥିବା ଓ ସେ ଗୁରୁତ୍ତର ଅବସ୍ଥାରେ ଥିବା ବେଳେ ଅର୍ଥାଭାବରୁ ସେ ଆବଶ୍ୟକ ଚିକିତ୍ସା କରାଇପାରୁନଥିବା ସମୟରେ ତାଙ୍କୁ ନ୍ୟାୟ ପ୍ରଦାନ ବଦଳରେ ପଟ୍ଟାମୁଣ୍ଡାଇ ଥାନା ପୋଲିସ ତାଙ୍କୁ ଗାଳିଗୁଲଜ କରିଛନ୍ତି । ପୋଲିସକୁ ସାହାଯ୍ୟ କରିବାକୁ ଯାଇ ସେହି ଗରୀବ ପରିବାରଟି ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଏଭଳି ଅନ୍ୟାୟ ବିରୋଧରେ ଉଭୟ ପତିପତ୍ନୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ