ପୋଲିସ ଓ ଅବକାରୀ ମିଳିତ ଚଢ଼ାଉ ୬୮୦୦ କିଲୋ ମହୁଲ ପୋଚ ଓ ୩୮୦ ଲିଟର ଦେଶୀ ମଦ ଜବତ
କରଞ୍ଜିଆ, (ଜିତେନ୍ଦ୍ର ରାଜ): କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାୟକ ଓ କରଞ୍ଜିଆ ଅବକାରୀ ଇନିସ୍ପେକ୍ଟର ସଞ୍ଜୟ କାଣ୍ଡି ଙ୍କ ନେତୃତ୍ୱ ରେ ପୋଲିସ ଓ ଅବକାରୀ ମିଳିତ ଚଢ଼ାଉ ରେ ୬୮୦୦ କିଲୋ ମହୁଲ ପୋଚ ଓ ୩୮୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି ଘଟଣାରୁ ପ୍ରକାଶ ଯେ ଆଜି ପୋଲିସ ଓ ଅବକାରୀ ବିଭାଗ ସଦଳବଳେ କରଞ୍ଜିଆ ଥାନା ଅନ୍ତର୍ଗତ ଭାଲିଆନାଳ ଓ ମିରିଗିନେଣ୍ଡି ଜଙ୍ଗଲ ନିକଟ ନାଳ କାଦ ରେ ବେଆଇନ ଭାବେ ଦେଶୀ ମହୁଲି ଭାଟି ରେ ମହୁଲି ମଦ ପ୍ରସ୍ତୁତି ସମୟ ରେ ଅତର୍କିତ ଚଢ଼ାଉ କରି ୬୮୦୦ କିଲୋ ମହୁଲ ପୋଚ ଓ ୩୮୦ ଲିଟର ଦେଶୀ ମହୁଲି ମଦ ଜବତ କରିବା ପରେ ସେଠାରେ ନଷ୍ଟ କରିଛନ୍ତି
ଭାଲିଆନାଳ ରୁ ମଦ ପ୍ରସ୍ତୁତି ନିମନ୍ତେ ଥିବା ୩୬୦୦ କିଲୋ ମହୁଲି ପୋଚ ଓ ମିରିଗିନେଣ୍ଡି ରୁ ୬୮୦୦ କିଲୋ ମହୁଲି ପୋଚ ସହିତ ୩୮୦ ଲିଟର ଦେଶୀ ମହୁଲି ମଦ କୁ ଜବତ କରିଥିଲେ
ଘଟଣା ରେ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ କେଶ ନମ୍ବର ୧, ୨୪ /୨୫ କେଶ ନମ୍ବର ୨.୨୪ /୨୫ ରୁଜ୍ଜୁ କରାଯାଇଥିବା ସୂଚନା ମିଳିଛି
ଅନ୍ୟ ଏକ ଘଟଣା ରେ ବାଘଲତା ଗ୍ରାମ ରେ ଚଢ଼ାଉ କରି ମୋହନ ମୁର୍ମୁ ଙ୍କୁ ଗିରଫ କରାଯିବା ସହିତ ତାଙ୍କ ନିକଟରୁ ୫୦ ଲିଟର ମହୁଲି ମଦ ଜବତ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି
ଏହି ଚଢ଼ାଉ ସମୟରେ ଅବକାରୀ ଓ.ଆଇ.ସି ରଶ୍ମିରଂଜନ ନାୟକ, କରଞ୍ଜିଆ ଥାନା ସବ ଇନିସ୍ପେକ୍ଟର ବଳରାମ ମହାରଣା ଙ୍କ ସହିତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲା.