ପୋଲିସ ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବେଲଗୁଣ୍ଠା, ( ଶିବରାମ ଚୌଧୁରୀ) : ପୋଲିସ ଗାଡି ଏକ ମୋଟର ସାଇକଲକୁ ଧକ୍କା ଦେବା ଫଳରେ ମୋଟର ସାଇକେଲରେ ବସିଥିବା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟର ସାଇକେଲ ଚାଳକ ଗୁରୁତର ଆହାତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି ହୋଇଛନ୍ତି । କିନ୍ତୁ ନିଜର ଦୋଷକୁ ଘୋଡାଇଵାକୁ ଯାଇ ଗାଙ୍ଗପୁର ପୋଲିସ ଅଜଣା ଗାଡି ଧକ୍କାରେ ଦୁର୍ଘଟଣା ଘଟିଥିବା ଓ ମହିଳାଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ କରିଥିଲା ।ଦୁର୍ଘଟଣା ଘଟାଇଥିବା ବୋଲେରୋଟିକୁ ପ୍ରମାଣ ଲିଭାଇବା ପାଇଁ ରାତାରାତି ମରାମତି କରାଯାଇଥିଲା ।ବର୍ତ୍ତମାନ ସୁଦ୍ଧା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରାଯାଇନଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।ପୋଲିସ ନିଜେ ଧକ୍କା ଦେଇ ଅନ୍ୟ ନାମ ଦେଇ ଖସିଯିବାପାଇଁ ଚେଷ୍ଟା କରୁଥିବା ଏବଂ ଏହା ଅନ୍ୟ କୋଉଠି ପ୍ରଘଟ ନ କରିବା ପାଇଁ ମୃତକଙ୍କ ପରିବାରକୁ ଚାପ ପକାଇବା ମଧ୍ୟ ଅଞ୍ଚଳରେ ଆଲୋଚନା ହେଉଛି ।ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ମଧ୍ୟାହ୍ନ ୧ ଘଣ୍ଟା ସମୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡି ନିକଟରେ ଗାଣ୍ଗପୂର ଥାନାର ଏକ ବୋଲେରୋ ପେଟ୍ରୋଲିଂ କରୁଥିବା ବେଳେ ବ୍ରହ୍ମପୁର ଆଡୁ ଆସୁଥିବା ଏକ ହିରୋ ସ୍ପ୍ଲେଣ୍ଡେର ପ୍ଲସ ବାଇକକୁ ଧକ୍କା ଦେଇଥିଲା ।ଫଳରେ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇ ଉଭୟ ଚାଳକ ଓ ପଛରେ ବସିଥିବା ମହିଳା ରାସ୍ତା କଡରେ କଚାଡି ହୋଇ ପଡିଥିଲେ ।ଉଭୟଙ୍କୁ ପୋଲିସ ଗାଡିରେ ଆସିକା ମେଡିକଲ ନିଆ ଯାଇଥିଲା ।ସେଠାରେ ଡାକ୍ତର ମହିଳା ଜଣଙ୍କୁ ମୃତ ଘୋଷଣା କରିଥିଲେ ।ମୃତକ ଜଣକ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଖଦାଳ ଜେନାଙ୍କ ସ୍ତ୍ରୀ ସରୋଜିନୀ ଜେନା (50) ।.ଗୁରୁତର ଆହତ ହୋଇଥିବା ଗାଙ୍ଗପୁର ନିକଟସ୍ଥ କୁମୁଣ୍ଡି ଗ୍ରାମର ଟୁକୁନା ବିଶୋୟୀ (52)ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇ ଦିଆ ଜାଇଛି ।ଉଭୟ ଟୁକୁନା ଓ ସରୋଜିନୀ ସମୁଦି ଓ ସମୁଦୁଣୀ ।ବ୍ରହ୍ମପୁର ବଡ଼ ମେଡିକାଲରେ ନାତୁଣୀ ଜନ୍ମ ହୋଇ ଥିବାରୁ ତାକୁ ଦେଖା କରି ନିଜ ଗ୍ରାମକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।ପୋଲିସ ନିଜେ ଭୁଲ୍ କରି ଅନ୍ୟକୁ ଦୋଷ ଦେଇ ଖସିଯିବାପାଇଁ ଚେଷ୍ଟା ଅଞ୍ଚଳରେ ପୋଲିସ ପ୍ରତି ଜନସାଧାରଣଙ୍କ ଘୃଣା ଭାବ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ