ପୋଷାକରେ ଚୁଇଁଗମ୍ ଲାଗିଥିଲେ ଏପରି ଛଡ଼ାନ୍ତୁ

ବେଳେବେଳେ ରାସ୍ତାରେ ଗଲାବେଳେ କିମ୍ବା କେଉଁଠି ବସିବାବେଳେ ଅଜାଣତରେ ଚୁଇଁ ଗମ୍ ପୋଷାକରେ ଲାଗିଯାଇଥାଏ । ଏହାକୁ ଛଡ଼ାଇବା କାଠିକର ପାଠ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କିପରି ସହଜ ଉପାୟରେ ଆପଣ ଘରେ ଲାଗିଯାଇଥିବା ଚୁଇଁ ଗମ୍ ବାହାର କରିପାରିବେ ।
-କପଡ଼ାରେ ଲାଗିଥିବା ଚୁଇଁ ଗମ୍ ଉପରେ କିଛି ସମୟ ପର୍ଯ୍ୟନ୍ତ ବରଫ ରଗଡ଼ନ୍ତୁ । ପରେ ଛୁରୀ ସହାୟତାରେ ଚୁଇଁଗମକୁ ପୋଷାକରୁ ଛଡ଼ାନ୍ତୁ ।
-କପଡ଼ାର ଯେଉଁ ସ୍ଥାନରେ ଚୁଇଁ ଗମ୍ ଲାଗିଛି, ତାହାର ଓଲଟା ପଟେ ଗରମ ଆଇରନ ଚଲାନ୍ତୁ । ଚୁଇଁ ଗମ୍ ତରଳି ଯାଇ ପୋଷାକରୁ ଛାଡ଼ିଯିବ ।
-ହେୟାର ଡ୍ରାୟରର ଗରମ ପବନକୁ ସିଧାସଳଖ ଚୁଇଁଗମ୍ ଉପରେ ମାଡ଼ କରନ୍ତୁ । ପରେ ନଖ କିମ୍ବା ଛୁରି ସହାୟତାରେ ଏହାକୁ କପଡ଼ାରୁ ଛଡ଼ାନ୍ତୁ ।
-ପାଣିକୁ ଫୁଟାଇ ଚୁଇଁ ଗମ୍ ଲାଗିଥିବା କପଡ଼ାକୁ ଏଥିରେ ବୁଡ଼ାଇ ରଖନ୍ତୁ । କିଛି ସମୟ ପରେ ବ୍ରଶ୍ରେ ରଗଡ଼ି ଚୁଇଁଗମ୍ ଛଡ଼ାନ୍ତୁ ।
-ନଡ଼ିଆ ତେଲ ମଧ୍ୟ ଚୁଇଁଗମ୍‌କୁ ନରମ କରି ଯେ କୌଣସି ଫ୍ୟାବ୍ରିକ୍‌ର କପଡ଼ାରୁ ବାହାର କରିବାରେ ସାହାଯ୍ୟ କରିଥାଏ ।
-ଚୁଇଁ ଗମ୍ ଲାଗିଥିବା ସ୍ଥାନରେ ଲିକ୍ୟୁଡ଼ ଡିଟରଜେଣ୍ଟ ଲଗାଇ ଟୁଥ୍‌ବ୍ରଶ୍‌ରେ ରଗଡ଼ି ଏହାକୁ ବାହାର କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ