ଖାଦ୍ୟ ଫ୍ରିଜ୍ରେ ରଖୁ୍ଥିଲେ…
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକେ ବଳକା ଖାଦ୍ୟ ଓ ଅନ୍ୟାନ୍ୟ ବହୁ ଖାଦ୍ୟ ସାମଗ୍ରୀକୁ ଅଧିକ ଦିନ ଯାଏଁ ଫ୍ରିଜରେ ରଖି ଦେଇଥାଆନ୍ତି । ମାତ୍ର କେଉଁ ଖାଦ୍ୟ ସାମଗ୍ରୀକୁ କେତେ ଦିନ ଯାଏଁ ଫ୍ରିଜରେ ରଖିବା ଉଚିତ ତାହା ହୁଏତ ସଭିଏଁ ଜାଣି ନଥିବେ । ଜାଣନ୍ତୁ ଏହା ବିଷୟରେ ।
ଅଣ୍ଡା –
ଅଣ୍ଡାରେ ଅଧିକ ପରିମାଣରେ ପୋଷକ ତତ୍ତ୍ୱ ରହିଛି । ମାତ୍ର ଏହାକୁ କଞ୍ଚା କିମ୍ବା ପ୍ରସ୍ତୁତ କରି ଫ୍ରିଜରେ ରଖିଲେ ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ । ତେଣୁ ସର୍ବଦା ଚେଷ୍ଟା କରନ୍ତୁ ଆବଶ୍ୟକ ପରିମାଣରେ ଅଣ୍ଡା ଆଣି ଏହାକୁ ସେହି ଦିନ ହିଁ ବ୍ୟବହାର କରନ୍ତୁୟ ଫ୍ରିଜରେ ରଖନ୍ତୁ ନାହିଁ ।
ପନିର –
ପନିର ଫ୍ରିଜରେ ରଖିପାରିବେ । ମାତ୍ର ଏହାକୁ ଏକ ପ୍ଲାଷ୍ଟିକ ଡ଼ବା ମଧ୍ୟରେ ରଖି ପାଣି ଭର୍ତ୍ତି କରି ଡ଼ବାର ଖୋଳ ବନ୍ଦ କରନ୍ତୁ ଯେପରି ଏହା ପାଣିରେ ଡୁବିବା ଭଳି ରହିବ ।
ପାଉଁରୁଟି –
ପାଉଁରୁଟିର ପ୍ୟାକେଟକୁ ଖୋଲିବା ପରେ ଏହାକୁ ଗୋଟିଏ ଦିନରୁ ଅଧିକ ଫ୍ରିଜରେ ରଖନ୍ତୁ ନାହିଁ । ମାତ୍ର ଯଦି ପ୍ୟାକେଟ ଖୋଲି ନଥିବେ, ତେବେ ଏହାକୁ ୨ ଦିନ ଫ୍ରିଜରେ ରଖି ପାରିବେ ।
ଆମିଷ –
ଯେ କୌଣସି ଆମିଷକୁ ଫ୍ରିଜରେ ରଖି ପାରିବେ । ମାତ୍ର ୩, ୪ ଦିନରୁ ଅଧିକ ଦିନ ଯାଏଁ ରଖନ୍ତୁ ନାହିଁ ।
ଫଳ ଓ ପନିପରିବା –
ସେଓ, ପିଜୁଳି ଆଦି ଫଳକୁ ଫ୍ରିଜରେ ରଖିପାରିବେ । ମାତ୍ର କଦଳୀ, ଆମ୍ବ ଏହାକୁ ଫ୍ରିଜରେ ରଖିଲେ ସଢ଼ିଯାଇ ନଷ୍ଟ ହୋଇଯାଏ । ପନିପରିବାକୁ ଅଧିକ ଦିନ ଫ୍ରିଜରେ ରଖନ୍ତୁ ନାହିଁ । କଟା ପିଆଜ ଆଦୌ ଫ୍ରିଜରେ ରଖନ୍ତୁ ।


