ପ୍ରତ୍ୟୁଷରୁ ପୂଜା ଶେଷ ହୋଇ ମେରୁଯାତ୍ରା ବନ୍ଦ ଆଇନକୁ ସମ୍ମାନ

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ଅଞ୍ଚଳରେ ସଂକ୍ରାନ୍ତି ମେରୁ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ସବୁଠାରେ ପୋଲିସ ଫୋର୍ସ ମୁତୟନ ସହ ଶାନ୍ତି ଶୃଙ୍ଖଳା ବଜାୟ ରହିଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ବହୁ ପୂର୍ବରୁ ପୂଜା କମିଟି ଓ ଜନସାଧାରଣଙ୍କୁ ବାରମ୍ବାର ସଚେତନତା କରାଯାଇ ଜନସମାଗମ ହେଲେ କରୋନା ଭୁତାଣୁର ଭୟଙ୍କର ସଂକ୍ରମଣ ହେବା ସମ୍ଭାବନା ଥିବା ବିଷୟ ବୁଝାହୋଇଥିଲା। କେବଳ ପୂଜକହିଁ ମା’ଦଣ୍ଡକାଳୀ ମନ୍ଦିରରେ ପୂଜା ବିଧାନ କରିବା ସହ ଭକ୍ତମାନେ ଘରେ ରହି ପୂଜା କରିବାକୁ ପରାମର୍ଶ ଦିଆଯାଇଥିବା ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଥିଲେ। ସେହିପରି ଜନସାଧାରଣ ଓ ପୂଜା କମିଟି ମଧ୍ୟ ଆଇନକୁ ସମ୍ମାନ ଦେଖାଇ ପ୍ରଶାସନକୁ ସହଯୋଗ କରିଥିବା ଜଣାପଡିଛି। ବୁଗୁଡା ଅଞ୍ଚଳର ବୁଗୁଡା, ଗୋଲିଆ, ଭାମଶ୍ୟାଳୀ, ଚିରିକିପଡା, ଭାବସର, ମରେଇପଲ୍ଲୀ, ପାଣିକେଶ୍ୱର, କାନକୁଟୁରୁ, ଚିଲିଖମା, ପଙ୍କଳବାଡ଼ି, ଡାକାରାବାଡ଼ି ପ୍ରଭୃତି ଦଣ୍ଡକାଳୀ ମନ୍ଦିରରେ ପ୍ରତ୍ୟୁଷରୁ ପୂଜକ ମା’ଙ୍କ ପୂଜା ବିଧାନ ଶେଷ କରି ମନ୍ଦିରର ଫାଟକ ବନ୍ଦ କରି ତାଲା ପକାଇ ଦେଇଥିଲେ। ବୁଗୁଡା ଥାନାର ବାଲିପଦର ଫାଣ୍ଡି ଅନ୍ତର୍ଗତ ୬ ଟି ଦଣ୍ଡକାଳୀ ମନ୍ଦିରରେ ମଧ୍ୟ ଏହି ନିୟମ ପାଳିତ ହୋଇଥିଲା। ଅଧିକାଂଶ ଭକ୍ତ ନିଜ ଘରେ ପୂଜାର୍ଚ୍ଚନା କରିଥିବା ବେଳେ କାଁଭାଁ କେତେଜଣ ମନ୍ଦିର ବାହାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ନଡ଼ିଆ ଭାଙ୍ଗି ଆସିଥିବା ଦେଖାଦେଇଥିଲା। ଗଞ୍ଜାମର ପବିତ୍ର ମେରୁଯାତ୍ରା ବୁଗୁଡା ଥାନା ଇଲାକାରେ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିବା ଦେଖାଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ