ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ ଫେଲ୍ ବ୍ୟବସ୍ଥା ତୁରନ୍ତ ଲାଗୁ କରିବା ଦାବିରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ସାରା ଓଡ଼ିଶା ଦାବି ଦିବସ ପାଳିତ

ଭୁବନେଶ୍ୱର, : ପ୍ରାଥମିକ ଶିକ୍ଷାସ୍ତରରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ କରିବାକୁ ଏସ୍.ୟୁ.ସି.ଆଇ. (କମ୍ୟୁନିଷ୍ଟ) ପକ୍ଷରୁ ଦାବି କରାଯାଇଛି । ଏହି ଦାବିରେ ଆଜି ପାଳିତ ହେଉଥିବା ସାରା ଓଡ଼ିଶା ଦାବି ଦିବସ ଉପଲକ୍ଷେ ରାଜ୍ୟ ସଚିବାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମ୍ପ୍ରତି ସରକାର ଦ୍ୱିତୀୟ ଶ୍ରେଣୀରୁ ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ କରିବାକୁ ଖବରକାଗଜରେ ବିବୃତ୍ତି ପ୍ରଦାନ କରିଛନ୍ତି । ଏହି ପାସ୍ ଫେଲ୍ ବ୍ୟବସ୍ଥାକୁ ବନ୍ଦ କରି ଦିଆଯିବା ଦିନରୁ ଏହାକୁ ପୁନଃ ପ୍ରଚଳନ କରିବାକୁ ଏସ୍.ୟୁ.ସି.ଆଇ. (କମ୍ୟୁନିଷ୍ଟ) ପକ୍ଷରୁ ଦାବୀ କରାଯାଉଥିଲା । ତେଣୁ ଆଜି ସରକାର ଏହି ଯେଉଁ ଘୋଷଣା କରିଛନ୍ତି ଏହା ଜନସାଧାରଣଙ୍କ ଆନ୍ଦୋଳନର ବିଜୟ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି । କିନ୍ତୁ ଖବର କାଗଜ ବିବୃତ୍ତିରେ ସୀମାବଦ୍ଧ ନହୋଇ ଏହାକୁ ବାସ୍ତବାୟିତ କରିବା ପାଇଁ ସଠିକ୍ ସରକାରୀ ନିଷ୍ପତ୍ତି ଗ୍ରହଣ କରାଯାଇ ଏହାକୁ ଚଳିତ ବର୍ଷରୁ ଲାଗୁ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଉ ଓ ଦ୍ୱିତୀୟ ଶ୍ରେଣୀ ନୁହେଁ, ପ୍ରଥମ ଶ୍ରେଣୀରୁ ହିଁ ଏହି ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ କରାଯାଉ ବୋଲି ଦାବି କରାଯାଇଛି । କାରଣ ଏହି ବ୍ୟବସ୍ଥା ବନ୍ଦ କରିଦିଆଯିବା ଯୋଗୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଠିକ୍ ସମୟରେ ପାଠ୍ୟକ୍ରମର ଅଭ୍ୟାସ କରି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତି କରିବା ଓ ପାଠ୍ୟକ୍ରମକୁ ଆୟତ୍ତ କରିବା ପାଇଁ ନିଜ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ସମ୍ପୂର୍ଣ୍ଣ ମରିଯିବାରୁ ଶିକ୍ଷାର ମାନ କ୍ଷେତ୍ରରେ ଅଧୋଗତି ଘଟି·ଲିଛି । ତେଣୁ ତୁରନ୍ତ ଏହାକୁ ଲାଗୁ କରିବା ପାଇଁ ଏସ୍.ୟୁ.ସି.ଅ।।ଇ. (କମ୍ୟୁନିଷ୍ଟ) ପକ୍ଷରୁ ଆଜି ସାରା ରାଜ୍ୟରେ ଦାବି ଦିବସ ପାଳନ କରାଯାଇଛି । ଏସ୍.ୟୁ.ସି.ଆଇ. (କମ୍ୟୁନିଷ୍ଟ) ଭୁବନେଶ୍ୱର ଜିଲ୍ଲା ସାଂଗଠନିକ କମିଟିର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଏସ୍.ୟୁ.ସି.ଆଇ. (ସି) ସଂଗଠକ ସନ୍ତୋଷ ରଥ, ରଜେନ୍ଦ୍ର ବର୍ମା, ନିରଞ୍ଜନ ମହାନ୍ତି, ଡ଼ି.ଏସ୍.ଓ. ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ଭୁବନେଶ୍ୱରର ଡି.ଏସ୍.ଓ. ସଭାପତି ନସିମ ସରକାର ଓ ଶିକ୍ଷାବିତ୍ ମହମ୍ମଦ ସୁକୁର ପ୍ରମୁଖ ବକ୍ତବ୍ୟ ରଖି ପାସ୍ ଫେଲ୍ ବ୍ୟବସ୍ଥାକୁ ତୁରନ୍ତ ·ଲୁ କରିବାକୁ ଦାବି କରିଥିଲେ । ବିକ୍ଷୋଭ ପକ୍ଷରୁ ଏକ ପ୍ରତିନିଧି ଦଳ ଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କୁ ଭେଟି ଏହି ମର୍ମରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ