ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ସର୍ବାନନ୍ଦ ସୋନୁୱାଲ !
ନୂଆଦିଲ୍ଲୀ- ନାଗରିକ ସଂଶୋଧନ ବିଲ ଆଇନରେ ପରିଣତ ହେବା ପରେ ଅଶାନ୍ତ ହୋଇପଡିଛି ଉତ୍ତର ପୁର୍ବ ରାଜ୍ୟ । ଆସାମର ଅନେକ ସହରରେ କର୍ଫୁ ବଳବତ୍ତର ହେବା ଫଳରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ଅନେକ ସ୍ଥାନରେ ବିକ୍ଷୋଭକାରୀମାନେ ନିଜ ହାତକୁ ଆଇନକୁ ନେଉଥିବା ଦେଖାଦେଉଛି । ଏହା ସବୁ ରାଜ୍ୟମାନଙ୍କରରେ ଏବେ ଅଶାନ୍ତର ବାତାବରଣ ଦେଖାଦେଇଛି । ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ଏଠାରେ କେନ୍ଦ୍ର ଅର୍ଦ୍ଧ ସାମରିକ ବଳଙ୍କୁ ନିୟୋଜିତ କରାଯାଇଛି । ଆନ୍ଦୋଳନକାରୀମାନେ ରେଳଷ୍ଟେସନ୍ , ପୋଷ୍ଟ ଅଫିସ , ବସ ଟର୍ମିନାଲ ସମେତ ସାଧାରଣ ସମ୍ପତିକୁ ଜାଳି ଦିଆଯାଇଛି । ଏହାକୁ ଦୃଷ୍ଟି ଆଗରେ ରଖି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁୱାଲ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର କ।ର୍ଯ୍ୟକ୍ରମ ରହିଛି । ଏ ସଂପର୍କରେ ଆସାମର ସଂସଦୀୟ କ।ର୍ଯ୍ୟମନ୍ତ୍ରୀ ଚନ୍ଦ୍ର ମୋହନ ପଟ୍ଟୋରୀ ଗଣ ମାଧ୍ୟମକୁ କହିଛନ୍ତି , ବିଜେପି ବିଧାୟକ ଓ ସାଂସଦ ଏ ସମ୍ପର୍କରେ ଗୌହାଟିରେ ବୈଠକ ହୋଇଥିଲା । ଉକ୍ତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇ ଦିଆଯିବ ।


