ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନକ୍ରମେ ୫୭ ମନ୍ତ୍ରୀଙ୍କୁ ରଷ୍ଟ୍ରପତିଙ୍କ ବିଭାଗ ବଣ୍ଟନ

(ଯୁଗାବ୍ଦ ନ୍ୟୁଜ) ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଆଜି ମନ୍ତ୍ରୀମଣ୍ଡଳରେ ବିଭିନ୍ନ ମନ୍ତ୍ରାଳୟର ବଣ୍ଟନ କରାଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୫ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଶପଥ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତିତ ୫୭ଜଣ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି । ସେଗୁଡିକ ହେଲା-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ- କର୍ମଚାରୀ, ସାଧାରଣ ଅଭିଯୋଗ ଏବଂ ପେନସନ୍, ଆଣବିକ ଶକ୍ତି ବିଭାଗ, ମହାକାଶ ବିଭାଗ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ ବିଭାଗ ।
• କ୍ୟାବିନେଟ ମନ୍ତ୍ରୀ
ରାଜନାଥ ସିଂ- ପ୍ରତିରକ୍ଷା ବିଭାଗ
ଅମିତ ଶାହା – ଗୃହମନ୍ତ୍ରଣାଳୟ ବିଭାଗ
ନୀତୀନ ଜୟରାମ ଗଡକରୀ- ସଡ଼କ ପରିବହନ ବିଭାଗ
ଡି.ଭି ସଦାନନ୍ଦ ଗୌଡ଼ା – ସାର ଓ ରସାୟନ ମନ୍ତ୍ରାଳୟ
ନିର୍ମଳା ସୀତାରମଣ – ବିଭାଗଅର୍ଥ ମନ୍ତ୍ରାଳୟ
ରାମବିଳାସ ପାଶ୍ୱାନ – ଖାଦ୍ୟ ଯୋଗାଣ ମନ୍ତ୍ରାଳୟ
ନରେନ୍ଦ୍ର ସିଂ ତୋମାରଙ୍କୁ କୃଷି, ଗ୍ରାମ୍ୟ ଉନ୍ନୟନ , ପଞ୍ଚାୟତିରାଜ ମନ୍ତ୍ରାଳୟ
ରବି ଶଙ୍କର ପ୍ରସାଦ – ଆଇନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ
ହର୍ସିମିତ କୌର ବାଦଲ – ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରାଳୟ
ଥାୱରଚନ୍ଦ ଗେହଲଟ – ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ
ରମେଶ ପୋଖରିଆଲ ନିଶଙ୍କ – ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ
ଅର୍ଜୁନ ମୁଣ୍ଡା – ଅଧିବାସୀ ବ୍ୟାପାର ମନ୍ତ୍ରାଳୟ
ସ୍ମୃତି ଇରାନୀ – ମହିଳା ଓ ଶିଶୁ ବିକାଶ, ବୟନଶିଳ୍ପ ମନ୍ତ୍ରାଳୟ
ଡ. ହର୍ଷବର୍ଦ୍ଧନ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି
ଧର୍ମେନ୍ଦ୍ର ପ୍ରଧାନ – ପେଟ୍ରୋଲିୟମ, ଇସ୍ପାତ ମନ୍ତ୍ରାଳୟ
ପୀୟୂଷ ଗୋଏଲ – ରେଳ, ବାଣିଜ୍ୟ ଓ ଶିଳ୍ପ ବିଭାଗ
ମୁକ୍ତାର ଆବାସ ନକଭି – ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ
ପ୍ରହ୍ଲାଦ ଯୋଶୀ – ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି, ବିଭାଗ
ମହେନ୍ଦ୍ର ନାଥ ପାଣ୍ଡେ – ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ବିଭାଗ
ଅରବିନ୍ଦ ସାୱନ୍ତ – ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ
ଗିରିରାଜ ସିଂହ- ପ୍ରାଣୀସଂପଦ ଏବଂ ମତ୍ସ୍ୟସମ୍ପଦ ବିଭାଗ
ଗଜେନ୍ଦ୍ର ସିଂ ଶେଖାୱତ – ଜଳଶକ୍ତି ମନ୍ତ୍ରାଳୟ ବିଭାଗ
• ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ)
ସନ୍ତୋଷ ଗଙ୍ଗୱାର – ଶ୍ରମ ଓ ନିୟୋଜନ ବିଭାଗ

ରାଓ ଇନ୍ଦ୍ରଜିତ୍ ସିଂହ – ଯୋଜନା , କାର‌୍ୟ୍ୟକ୍ରମ ଓ ପରିସଂଖ୍ୟାନ ବିଭାଗ

ଶ୍ରୀପଦ ୟସୋ ନାଏକ – ଆର‌୍ୟୁବେଦ , ଯୋଗ ଓ ହମିଓପାଥି ବିଭାଗ

ଜିତେନ୍ଦ୍ର ସିଂହ – ଉତ୍ତର-ପୂର୍ବ ବିକାଶ , ପିଏମ୍ଓ ଏବଂ ଆଣବିକ, ମହାକାଶ ଓ
ଆଣବିକ ଶକ୍ତି ପେନ୍ସନ୍ ବିଭାଗ
କିରନ ରିଜଜୁ – କ୍ରୀଡ଼ା , ଯୁବ ଓ ସଂଖ୍ୟାଲଘୁ ବ୍ୟାପାର

ପ୍ରହଲ୍ଲାଦ ସିଂହ – ପଟେଲ ସଂସ୍କୃତି ଓ ପର‌୍ୟ୍ୟଟନ ବିଭାଗ

ରାଜକୁମାର ସିଂହ ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ବିଭାଗ

ହରଦ୍ୱୀପ ସିଂହ ପୁରୀ – ଗୃହ ଓ ନଗର ବ୍ୟାପାର ଏବଂ ବେସାମରିକ ବିମାନ ଚଳାଚଳ , ଶିଳ୍ପ ଓ ବାଣିଜ୍ୟ ବିଭାଗ

ମନ୍ସୁକ୍ ମାଣ୍ଡଭ୍ୟ – ଜାହାଜ ଏବଂ ସାର ଓ ରସାୟନ ବିଭାଗ
• ରାଷ୍ଟ୍ର ମନ୍ତ୍ରୀ
ଫଗନ ସିଂ କୁଲସ୍ତେ – ଇସ୍ପାତ ମନ୍ତ୍ରୀ

ଅଶ୍ୱିନୀ କୁମାର ଚୌବେ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ଅର୍ଜୁନ ରାମ ମେଘୱାଲ – ସଂସଦୀୟ ବ୍ୟାପାର, ଭାରିଶିଳ୍ପ ମନ୍ତ୍ରୀ

ଜେନେରାଲ ଭିକେ ସିଂହ – ପରିବହନ ଓ ରାଜପଥ ମନ୍ତ୍ରୀ

କ୍ରୀଷ୍ଣନପାଲ୍ ଗୁର୍ଜର – ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ

ଦାନଭେ ରାଓସାହେବ ଦାଦାରାଓ- ଖାଦ୍ୟ ଯୋଗାଣ ମନ୍ତ୍ରୀ

ଜି. କିଶନ ରେଡ୍ଡୀ – ଗୃହ ମନ୍ତ୍ରୀ

ପରଷୋତ୍ତମ ରୁପାଲା- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ

ରାମଦାସ ଆଠୱାଲେ -ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ

ସାଧ୍ୱୀ ନିରଞ୍ଜନ ଜ୍ୟୋତି – ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ବାବୁଲ ସୁପ୍ରିଓ – ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ

ସଂଜୀବ ବାଲିଆନ – ପ୍ରାଣୀ ସଂପଦ, ଗୋପାଳନ ଓ ମତ୍ସ୍ୟ ସଂପଦ ମନ୍ତ୍ରୀ

ଧୋତ୍ରେ ସଂଜୟ ସାମରାଓ – ମାନବ ସମ୍ବଳ ବିକାଶ, ଯୋଗାଯୋଗ ମନ୍ତ୍ରୀ

ଅନୁରାଗ ଠାକୁର – ଅର୍ଥ, କର୍ପୋରେଟ ବ୍ୟାପାର ମନ୍ତ୍ରୀ

ସୁରେଶ ଅଙ୍ଗାଡ଼ି – ରେଳ ମନ୍ତ୍ରୀ

ନିତ୍ୟାନନ୍ଦ ରାୟ – ଗୃହ ମନ୍ତ୍ରୀ

ରତନ ଲାଲ କାଟାରିଆ – ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ

ଭି. ମୁରଲୀଧରନ – ବୈଦେଶିକ ବ୍ୟାପାର, ସଂସଦୀୟ ବ୍ୟାପାର ମନ୍ତ୍ରୀ

ରେଣୁକା ସିଂହ ସାରୁତା – ଆଦିବାସୀ ବ୍ୟାପାର ମନ୍ତ୍ରୀ

ସୋମ ପ୍ରକାଶ – ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ

ରାମେଶ୍ୱର ତେଲି ହେଲେ – ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ

ପ୍ରତାପ ଷଡ଼ଙ୍ଗୀ – ଗଝଗଋ, ପ୍ରାଣୀ ଓ ଗୋ , ମତ୍ସ୍ୟ ସଂପଦ ମନ୍ତ୍ରୀ

କୈଳାସ ଚୌଧୁରୀ- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ

ଦେବଶ୍ରୀ ଚୌଧୁରୀ – ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ