ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାର ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡିଶା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ନିର୍ଦେଶକ(ଅନୁସୂଚିତ ଜାତି) ଲକ୍ଷ୍ମଣ କୁମାର ମଲିକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆଦର୍ଶ ଯୋଜନାର ପ୍ରକଳ୍ପ ଗୁଡିକ ସମ୍ପର୍କରେ ଏକ ବୈଠକରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଆଦର୍ଶ ଯୋଜନାରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକ ଅଧିନରେ ଥିବା ଗ୍ରାମ ଗୁଡିକରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ ଯୋଗାଣ, ସିମେଣ୍ଟ କଂକ୍ରୀଟ ରୋଡ, ଡ୍ରେନେଜ ସିଷ୍ଟମ, ସୋଲାର ଲାଇଟ ସିଷ୍ଟମ, ଅଙ୍ଗନୱାଡି କେନ୍ଦ୍ର ମରାମତି ଓ ଗ୍ରାମ୍ୟ ଆଲୋକିକରଣ ପ୍ରଭୃତି ପ୍ରକଳ୍ପ ଗୁଡିକ ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିସହିତ ଏହି ପ୍ରକଳ୍ପ ଗୁଡିକର ସଫଳ ରୂପାୟନ ଓ ସରକାରୀ ଅନୁଦାନର ସଦ୍‌ବିନିଯୋଗ ଉପରେ ନିର୍ଦେଶକ ଶ୍ରୀ ମଲିକ ଗୁରୁତ୍ୱାରୋପ କରିବା ସହିତ ଅଦ୍ୟାବଧି ବିନିଯୋଗ ହୋଇସାରିଥିବା ଅନୁଦାନର ବିନିଯୋଗ ପ୍ରମାଣ ପତ୍ର ସଠିକ ସମୟରେ ସଂପୃକ୍ତ ବିଭାଗକୁ ପଠାଇବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହାବ୍ୟତିତ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏହି ଯୋଜନାରେ ସଂପୂର୍ଣ୍ଣ ହୋଇଥିବା ଏବଂ ନିର୍ମାଣାଧିନ ଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରିବା ସହ ପ୍ରକଳ୍ପ ଗୁଡିକର ସଫଳ ରୂପାୟନ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହାସହିତ ଓଡିଶା ରାଜ୍ୟ ଅନୁସୂଚିତ ଜାତି ଅର୍ଥ ନିଗମ ପକ୍ଷରୁ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ପ୍ରଦାନ କରାଯାଇଥିବା ଋଣ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା । ବୈଠକ ପୂର୍ବରୁ ନିର୍ଦେଶକ ଶ୍ରୀ ମଲିକ ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମାଣିକ ପାଟଣାରେ ଏହି ଯୋଜନାରେ ସଂପୂର୍ଣ୍ଣର୍ ହୋଇଥିବା ସୋଲାର ଲାଇଟ ସିଷ୍ଟମରେ ହୋଇଥିବା ଗ୍ରାମ୍ୟ ଆଲୋକିକରଣ, ସିସିରୋଡରେ ହୋଇଥିବା ଗ୍ରାମ୍ୟରାସ୍ତା ପ୍ରଭୃତି ପ୍ରକଳ୍ପ ଗୁଡିକ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ସମୀକ୍ଷା ବୈଠକରେ ଓଡିଶା ରାଜ୍ୟ ଅନୁସୂଚିତ ଜାତି ଅର୍ଥ ନିଗମର ମୁଖ୍ୟ ପରିଚାଳକ ଇତିଶ୍ରୀ ଦାସ, ରାଜ୍ୟ ପ୍ରୋଗ୍ରାମ କୋଡିନେଟର ଯତୀନ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ସମସ୍ତ ବ୍ଲକର ବିଡିଓ, ମଙ୍ଗଳ ସଂପ୍ରସାରଣ ଅଧିକାରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁ ଚରଣ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ