ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଫଟୋଚିତ୍ର କୁ ବିକୃତ କରିବା ନେଇ ଥାନାରେ ଅଭିଯାେଗ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ଉପନିର୍ଦେଶକ,ଉଦ୍ୟାନ କୃଷିବିଭାଗ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଫୋଟଚିତ୍ର କୁ ବିକୃତ କରାଯାଇଥିବା ନେଇ ମଙ୍ଗଳବାର ବିଜେପି ପକ୍ଷରୁ ଟାଉନଥାନାରେ ଅଭିଯୋଗ ହୋଇଛି।ସୂଚନାଯୋଗ୍ୟଯେ’ଶ୍ରୀରାଧାକାନ୍ତ ମହାନ୍ତ ବିଜେପି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ,ଜିଲ୍ଲାକାର୍ଯ୍ୟାଳୟ ସଂମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସୁତ୍ରଧର ଉପନିର୍ଦେଶକ,ଉଦ୍ୟାନ କୃଷିବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ।ତେବେ ସେଠାରେ ଚାଷୀମାନଙ୍କ ପାଇଁ ଆଳୁଚାଷ ପାଇଁ ଆସିଥିଵା ବିହନ ପଚିସଢି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଥିଲା।ଏହାଦ୍ଵାରା ସରକାର ଙ୍କର ବହୁମୂଲ୍ୟ ବିହନ ଜାଣିଶୁଣି ନଷ୍ଟ କରାଯାଉଥିବା ଯୋଗୁଁ ଆଳୁ ବିହନର କୃତ୍ରିମ ଅଭାବ ଦେଖାଦେଉଥିବା ଅଭିଯୋଗ ହୋଇଛି।ଏହାଛଡା ଉପନିର୍ଦେଶକ ଉଦ୍ୟାନ କୃଷିବିଭାଗ ଶ୍ରୀଯୁକ୍ତ ସୈାମେନ୍ଦ୍ର ନାରାୟଣ ପାଣିଗ୍ରାହୀ ଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଫୋଟଚିତ୍ର କୁ ନିଶଦାଢି କରି ବିକୃତ କରି ପ୍ରଦର୍ଶନ କରିଛନ୍ତି।ଏହା ସରକାର ଙ୍କ ସମସ୍ତ ମାର୍ଗ ଦର୍ଶିକା ଏବଂ ନିୟମ କୁ ଉଲଘଂନ କରୁଛି।ତେବେ ଏହାର ଫୋଟଚିତ୍ର ଭିଡେଓ ଟାଉନ ଥାନା ଅଧିକାରୀ ଙ୍କୁ ପଠାଇବା ସହିତ ସଂଙ୍ଗୀନ ଘଟଣା ଘଟାଇଥିବା ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ ହୋଇଛି।