ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସାତ ସୂତ୍ର ଆଧାରରେ ଦଳକୁ ଆହୁରି ମଜବୁତ କରିବା : ମାନସ ଦତ୍ତ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୁପସା ବଜାର ସ୍ଥିତ ଜଗନ୍ନାଥ କଲ୍ୟାଣ ମଣ୍ଡପ ରୁପସା ମଣ୍ଡଳ ସଭାପତି ତପନ ଗିରିଙ୍କ ସଭାପତିତ୍ୱରେ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦ ଦୀପ ପ୍ରଜ୍ୱଳନ କରିବା ପରେ ସାମୁହିକ ବନ୍ଦେ ମାତରମ ଗାନ କରାଯାଇଥିଲା । ଏହି ବୈଠକରେ ବରିଷ୍ଠ ନେତା ଗୌରାଙ୍ଗ ଦାସ ମଞ୍ଚ ପରିଚାଳନା କରିଥିଲେ । ତତ୍ପରେ ଦିବଙ୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ । ପରେ ନବ ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ‘କେନ୍ଦ୍ର ସରକାରକୁ ଧନ୍ୟବାଦ’ ପ୍ରସ୍ତାବକୁ ଜିଲ୍ଲା ପରିଷଦ ପ୍ରାର୍ଥୀ ସନ୍ତୋଷ ସେଠୀ ଆଗତ କରି ମୋଦି ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଓଡିଶାର ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାବାସୀଙ୍କର ଧନ୍ୟବାଦର ପାତ୍ର ଅଟନ୍ତି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ବିଶ୍ୱ ପରିଚିତ ହୋଇଛି । ସମ୍ବିଧାନର ସର୍ବୋଚ୍ଚ ପଦବୀ ରାଷ୍ଟ୍ରପତି ପାଇଁ ଓଡିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ମନୋନୀତ କରିବା, ଗରିବ କଲ୍ୟାଣ ଯୋଜନା, କୃଷକ କଲ୍ୟାଣ ଯୋଜନା, ଜାତୀୟ ଶିକ୍ଷା ନୀତି, ଅଗ୍ନିପଥ ଯୋଜନା, ରେଳ ବିକାଶ, କୋଭିଡ ଟୀକାକରଣ ପାଇଁ କାର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛି । ଏହାପରେ ମଣ୍ଡଳ ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ବେହେରା ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ ଓ ଏହାକୁ ସମର୍ଥନ କରିଥିଲେ । ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ରୁପସାଗୋଷ୍ଠୀ କେନ୍ଦ୍ରରେ ଡାକ୍ତର ନରହିବା, ଶ୍ରୀରାମପୁରରେ ହସ୍ପିଟାଲ ନିର୍ମାଣ ନେବାକୁ ଆଜିର କାର୍ଯ୍ୟକାରିଣୀ ନିନ୍ଦା କରୁଛି । ଦୀର୍ଘ ୨୨ ବର୍ଷ ନବୀନ ପଟ୍ଟନାୟକଙ୍କ ଶାସନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଟମାରଣା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ଆଜିର କାର୍ଯ୍ୟକାରିଣୀ ତୀବ୍ର ନିନ୍ଦା ପ୍ରକାଶ କରିଛି । ଓଡିଶା ସରକାର ବର୍ତ୍ତମାନ ଟାଟା ପାୱାରକୁ କୋଳେଇ ନେଇଥିବା ବେଳେ ସାଧାରଣ ଲୋକଙ୍କୁ ବିନା କାରଣରେ ଫାଇନ କରିବା, ଲକ୍ଷାଧିକ ଟଙ୍କା ଜରିମାନା କରି ବିନା ନୋଟିସରେ ବିଜୁଳି କାଟ କରିବା ସହ ବିଜୁଳି ଦର ବଢାଇବା ହେତୁ ତାହା ବିରୁଦ୍ଧରେ ଆଜିର କାର୍ଯ୍ୟକାରିଣୀ ଦୃଢ ନିନ୍ଦା କରୁଛି । ରାଜ୍ୟ ସରକାର ୫ଟି ସ୍କୁଲ ନାମରେ ନିଜ ପ୍ରଚାର ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଦ୍ୟାଳୟରେ ଶିକ୍ଷକଙ୍କର ଅଭାବ ଦେଖାଦେଇଛି, ଯାହାକୁ ଆଜିର କାର୍ଯ୍ୟକାରିଣୀ ତୀବ୍ର ନିନ୍ଦା କରୁଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସାତ ସୂତ୍ର ସେବାଭାବ, ସନ୍ତୁଳନ, ସଂୟମ, ସମନ୍ୱୟ, ସକାରାତ୍ମକ, ସମ୍ବେଦନ ଏବଂ ସଂବାଦ ଆଧାରରେ ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ନିରନ୍ତର କାର୍ଯ୍ୟ କରିବା ସହ ଆଗାମୀ ନିର୍ବାଚନରେ ଯଶସ୍ୱୀ ହେବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ବିଜେଡି ନେତା ମହେଶ୍ୱର ହାଁସଦା ବିଜୁ ଜନତା ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ପରିଶେଷରେ ବରିଷ୍ଠ ନେତା ଶ୍ରୀଧର ବେହେରା ଉପସ୍ଥିତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତତ୍ପରେ ସାମୂହିକ ରାଷ୍ଟ୍ରଗାନ ସହ ସଭା ସାଂଗ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ପଞ୍ଚାୟତ ସଭାପତି ବିଜୟ ସାହୁ, ଜଳଧର ପରିଡା, ଉମାକାନ୍ତ ପ୍ରଧାନ, ଜଗଦାନନ୍ଦ ଦାସ, ସଦାଶିବ ଜେନା, ଚତୁର୍ଭୁଜ ବେହେରା, ନିରଞ୍ଜନ ଦାସ, ସରପଞ୍ଚ ନିରଞ୍ଜନ ଧଳ, ସମିତିସଭ୍ୟ ରାଜକିଶୋର ମହାଳିକ, ମଣ୍ଡଳ ସାଧାରଣ ସମ୍ପାଦକ ହରେନ୍ଦ୍ର ପ୍ରଧାନ, ଚକ୍ରଧର ସେଠୀ, ତଥା ମଣ୍ଡଳର ପଦାଧିକାରୀ ଏବଂ ଆଠଗୋଟି ପଞ୍ଚାୟତର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।