ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସଚେତନତା ରଥ ଶୁଭାରମ୍ଭ
ବାଲେଶ୍ଵର, (ସରୋଜ ପଣ୍ଡା):ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ମାନଙ୍କୁ ସଚେତନତା କରିବା ଏବଂ ଚାଷୀ ଠିକ୍ ସମୟରେ କିଭଳି ଫସଲ ବୀମା କରିପାରିବେ ଏ ନେଇ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ।ରଥ ଗୁଡ଼ିକ ଜିଲ୍ଲାର ସମସ୍ତ ବ୍ଲକ୍ ବୁଲି ଚାଷୀ ମାନଙ୍କୁ ସଚେତନତା କରାଇବ ବୋଲି ଶ୍ରୀ ନାୟକ ସୂଚନା ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସରୋଜ ମହାପାତ୍ର, ଡିଆରସିଏସ ଗଜେନ୍ଦ୍ର ପଣ୍ଡା,ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ମ୍ୟାନେଜର ରାଜୀବ ଧିନା ପ୍ରମୁଖ ଉପସ୍ଥିତ ଥିଲେ।


