ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତିକୁ ନେଇ ସରିଦା ବିଦ୍ୟାଳୟରେ ଉତ୍ତେଜନା, ମଧ୍ୟାହ୍ନ ଭୋଜନ ବନ୍ଦ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସରିଦା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅନୁପସ୍ଥିତିକୁ ନେଇ ଦୁଇଦିନ ହେଲା ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଦୁଇଦିନ ହେଲା ମଧ୍ୟାହ୍ନ ଭୋଜନ ବନ୍ଦ ହୋଇ ଯାଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୟ କୁମାର ଜେନା ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବାବେଳେ ଗତ କିଛିମାସ ହେବ ସେ ସିଆରସିସି ଦାୟିତ୍ୱ ବୁଝୁଛନ୍ତି । ଫଳରେ ସେ ଆଉ ବିଦ୍ୟାଳୟକୁ ନିୟମିତ ନଆସି ତାଙ୍କ ମନଇଛା ଆସୁଛନ୍ତି । ଫଳରେ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ସେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝୁଥିବାବେଳେ ଆଉ ତାହା ମଦ୍ୟ ବୁଝୁ ନାହାନ୍ତି । ଯାହାକୁ ନେଇ ବିଦ୍ୟାଳୟରେ ନାନା ଅସୁବିଧା ଉପୁଜୁଛି । ଗତକାଲି ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଯିବାରୁ ଗତକାଲି କିଛି ସ୍କୁଲ କମିଟି ସଦସ୍ୟ ବିଦ୍ୟାଳୟକୁ ଆସି ପାଟିତୁଣ୍ଡ କରି ଜିଲ୍ଲା ଶିକ୍ଷା ଅଦôକାରୀଙ୍କୁ ଜଣାଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଏବିଇଓ ଶ୍ରୀଯୁକ୍ତ ଖଣ୍ଡେଇ ସ୍କୁଲରେ ପହଞ୍ଚିବାପରେ ଗ୍ରାମବାସୀଙ୍କ ରୋଷର ଶୀକାର ହୋଇଥିଲେ । ଏପରିକି ନିଜେ ଜିଲ୍ଲା ଶିକ୍ଷା ଅଧିକାରୀ ଆସିଲେ ଯାଇ ତୁମେ ଯିବ ବୋଲି କହି ତାଙ୍କୁ ଦୀର୍ଘସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ । ଗ୍ରାମବାସୀଙ୍କ କହିବାକଥା ଯେ ଦୀର୍ଘଦିନ ହେଲା ଏନେଇ ସେମାନେ ଅଭିଯୋଗ କରିଆସୁତôଲେ ବି କେହି ଶୁଣୁ ନାହାନ୍ତି । ଅନେକ ସମୟ ପରେ ଗ୍ରାମବାସୀମାନେ ଏବିଇଓଙ୍କୁ ଛାଡିଥିଲେ । ଆଜିବି ଉକ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପିଲାମାନଙ୍କୁ ଦିଆଯାଇ ନାହିଁ । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ବିନୟ ବେହେରାଙ୍କୁ ପଚଜାରିବାରେ ସେ କହିଛନ୍ତି ଯେ ଯେହେତୁ ସିଆରସିସି ଦାୟିତ୍ୱରେ ରହିଛି ତେଣୁ ସବୁବେଳେ ଉକ୍ତ ବିଦ୍ୟାଳୟକୁ ଯିବା ସମ୍ଭବପର ହେଉନାହିଁ । ଏନେଇ ବିଦ୍ୟାଳୟ ପରିଚାଳନା କମିଟିର କିଛି ସଦସ୍ୟ ତାଙ୍କୁ ନିୟମିତ ଖରାପ ବ୍ୟବହାର ପ୍ରଦର୍ଶନ କରିଆସିବା ସହ ତାଙ୍କୁ ଧମକ ଚମକ ଦେଉଛନ୍ତି । ସେମାନେ ଦୁଇଦିନ ହେଲା ଜାଣିଶୁଣି ମଧ୍ୟାହ୍ନ ଭୋଜନ ବନ୍ଦ କରାଇଛନ୍ତିବୋଲି କହିଛନ୍ତି ।


