ବୁଧବାର ସନ୍ଧ୍ୟା ସୁଦ୍ଧା ବୁଗୁଡା ଅଞ୍ଚଳରେ ୧୧୨ ଜଣ ପଜିଟିଭ

ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକ ଓ ବୁଗୁଡା ଏନଏସି କୁ ମିଶାଇ ଜୁଲାଇ ୮ ତାରିଖ ସନ୍ଧ୍ୟା ସୁଦ୍ଧା ୧୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏନଏସିର ୫୧ ଜଣ ଓ ବ୍ଲକର ୬୧ ଜଣ ଅଟନ୍ତି। ମଇ ୪ ତାରିଖରେ ବୁଗୁଡା ଏନଏସିରେ ଜଣେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇ ସଂଖ୍ୟା ବଢି ଜୁଲାଇ ୮ ତାରିଖ ସନ୍ଧ୍ୟା ସୁଦ୍ଧା ୫୧ ଜଣରେ ପହଞ୍ଚିଛି। ସେହିପରି ବୁଗୁଡା ବ୍ଲକର ବି.କରଡ଼ାବାଡ଼ି ପଞ୍ଚାୟତରେ ମଇ ୭ ତାରିଖ ଦିନ ଜଣେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜୁଲାଇ ୮ ତାରିଖ ସନ୍ଧ୍ୟା ସୁଦ୍ଧା ୬୧ ଜଣରେ ପହଞ୍ଚିଛି। ବୁଗୁଡା ଅଞ୍ଚଳରେ ଜୁଲାଇ ୭ ତାରିଖରେ ସର୍ବାଧିକ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଗୁଡା ଏନଏସି ରେ ଜୁଲାଇ ୩ ତାରିଖରେ ସର୍ବାଧିକ ୧୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବୁଗୁଡା ବ୍ଲକରେ ଜୁଲାଇ ୭ ତାରିଖରେ ସର୍ବାଧିକ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ଲକର ପାଞ୍ଚାୟତ ଗୁଡିକ ମଧ୍ୟରୁ ବାଲିପଦର ପଞ୍ଚାୟତ ସର୍ବାଧିକ ୧୦ ଜଣ ପଜିଟିଭ ଥିବାବେଳେ କଲମ୍ଵ ଓ ଏ.କରଡ଼ାବାଡି ପଞ୍ଚାୟତରେ ୮ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜୁଲାଇ ୮ ତାରିଖ ଦିନ ସନ୍ଧ୍ୟା ସୁଦ୍ଧା ବୁଗୁଡା ଅଞ୍ଚଳରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଜଣଙ୍କ ବୁଗୁଡା ଏନଏସି ର ଜଣେ ମେଡିସିନ ଷ୍ଟୋର ମାଲିକ ହୋଇଥିବା ବେଳେ ତାଙ୍କର ଔଷଧ ଦୋକାନ ସିଲ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ