ପ୍ରଶାସନ ଶୁଣିଲେନି ୱାର୍ଡମେମ୍ବର ଗାଁ ଡ୍ରେନ ସଫା କଲେ

ମୋହନା, (ଅଂଶୁମାନ ପ‌ଣ୍ଡା) : ଗଜପତି ଜିଲ୍ଲା ମୋହନାରେ ରାଜ୍ୟ ସରକାର ପ୍ରତେକ ପଂଚାୟତକୁ ଗ୍ରାମର ଉ‌ନ୍ନତି ନିମନ୍ତେ ବିଭିନ୍ନ ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚକରୁଛନ୍ତି, ହେଲେ ତାହା ପଂଚୟତର କେଉଁଠି ବାଟ ବଣା ହେଉଛି ଜଣା ପଡୁନି । ଏଭଳି ଏକ ଦୃଶ୍ୟ ନଜରକୁ ଆସିଛି ମୋହନା ବ୍ଲକର ମୋହନା ପଂଚୟତର ପାତ୍ର ସାହିରେ ଭଲ ରାସ୍ତା ଖଣ୍ଡେ ନିର୍ମାଣ ହାଇପାରୁନଥିବା ବେଳେ ରାସ୍ତାରେ କୋଡ଼ କୋଡ଼ ଅଳିଆ ଆବର୍ଜନା ପଡ଼ି ରହିଥିବା ବେଳେ ଡ୍ରେନଜେଟି ବହୁ ବର୍ଷ ଧରି ନିର୍ମାଣ ହୋଇ ପାରୁନି ଜାହାରି ଫଳରେ ପୂର୍ବରୁ ନିର୍ମାଣ ହଇଥିବା ଡ୍ରେନେଜଟି ବର୍ତ୍ତମାନ ପୋତି ହେଇଗଲାଣି ଫୋଳରେ ଘରର ଅସନା ପାଣି ମୁଖ୍ୟ ରାସ୍ତା ଦେଇ ବହୁଛି ସାଧାରଣ ଲୁକେ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି । ଏହି ରାସ୍ତା ଦେଇ ଯାତ୍ର ପର୍ବରେ ଠାକୁରଙ୍କୁ ପରିକ୍ରମା କରାଯାଇଥାଏ ସେଇ ଆବର୍ଜନା ପାଣି ଚକୁଡ଼ି ଆଗକୁ ଜାଗର ଥିବା ବେଳେ ଠାକୁରଙ୍କୁ ପରିକ୍ରମା କରାଯିବ ତେଣୁ ପ୍ରଶାସନକୁ ଜଣାଇଥିଲେ ଭି କୌଣସି ସଫେଇ ହେଇ ପାରିଲାନି ତେଣୁ ଖୋଦ ଉକ୍ତ ସାହି ର ୱାଡ଼ମେମ୍ବର ସୂର୍ଯ୍ୟ ପାଳ ନିଜେ କୁଡ଼ି ଧରି ଡ୍ରେନଜେ ସଫା କରିଛନ୍ତି, ତାଙ୍କୁ ଦେଖି କିଛି ସାହି ଲୁକେ ମଧ୍ୟ ସଫା କରିଥିଲେ ତେବେ ଏଇ ସାହିକୁ କେବେ ଜିଲ୍ଲା ପାଳଙ୍କ ନଜରକୁ ଆସିବ ଆଉ ପକା ରାସ୍ତା ସହ ଡ୍ରେନେଜ ନିର୍ମାଣ ହେବ ତାହା ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ