ପ୍ରାର୍ଥିର୍ନୀଙ୍କ ବରୋଧରେ ଅଭିଯୋଗ ଆଣିଲେ ତାଙ୍କ ବିରୋଧୀ ପ୍ରତିଦ୍ୱନ୍ଦୀ

ମୋହନା, (ଅଂଶୁମାନ ପଣ୍ଡା) :-ସରକାରଙ୍କ ଆଇନ ଅନୁଯାୟୀ କୌଣସି ପ୍ରକାର ଜାତିଗତ ପ୍ରମାଣ ପତ୍ରକୁ ନକଲି ବ୍ୟବହାର କରାଗଲେ ତାହାରି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଆଇନ ଲାଗୁ କରାଯାଇଛି । ହେଲେ ବିଭୀନ୍ନ ସମୟରେ ଆଦିବାସୀଙ୍କ ନାମରେ ଜାଲ ପ୍ରମାଣ ପତ୍ର ହାତଉଛନ୍ତି ଅଣଆଦିବାସୀ କିପରି ରାଜସ୍ୱ ବିଭାଗ ତଦନ୍ତ ନକରି ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରୁଛନ୍ତି । ପଚାଂୟତ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ପ୍ରାର୍ଥୀମାନଙ୍କର ଚଳଚଂଚଳ ଦେଖିବାକୁ ମିଳୀଥିଲା । ହେଲେ ବିଭିନ୍ନ ସ୍ଥାନରେ ପଛୁଆ ବର୍ଗ ବାଦ ପଡିଥିବା ବେଳେ ତାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେଇଥିଲା । ସେହିପରି ଅନେକ ଜିଲ୍ଲାରେ ଆଦିବାସୀମାନଙ୍କୁ ଅଣଦେଖା କରିଥିବାରୁ ଭୟାଭୟ ଆନ୍ଦୋଳନ ତେଜିଥିଲେ ଆଦିବାସୀ । ହେଲେ ଏଭଳି ଏକ ଘଟଣା ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ନିର୍ବାଚନ ଲଢୁଥିବା ସମିତି ସଭ୍ୟା ପ୍ରାର୍ଥନୀଙ୍କ ବିରୋଧରେ ଅଭୀଯୋଗ ଆଣିଛନ୍ତି ତାଙ୍କ ପ୍ରତିଦ୍ୱନ୍ଦୀ । ଗଜପତି ଜିଲ୍ଲା ମୋହନା ବ୍ଳକ ମେରାପଲ୍ଲୀ ପଚାଂୟତରେ ସମିତି ସଭ୍ୟା ପଦବୀ ଅନୁସୁଚିତ ଜନଜାତି ପାଇଁ ଆସନ ସରକ୍ଷଂଣ ରହିଥିବା ବେଳେ ପଚାଂୟତରେ ସମିତି ସଭ୍ୟା ପ୍ରାର୍ଥିର୍ନୀ ସାବିତ୍ରୀ ମଲ୍ଲିକ ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ମିଥ୍ୟା ସତ୍ୟ ପାଠ କରି ନିର୍ବାଚନରେ ଛଡାହୋଇଥିବା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଟୁନି ମଲ୍ଲିକ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ସେ ସାବିତ୍ରୀଙ୍କ ବିରୋଧରେ ୨୫ ତାରିଖ ପ୍ରତିହାର ଦିନ ମୋହନା ବିଡିଓ ତପସ୍ୱିନୀ ହାଂସଦାଙ୍କୁ ଏକ ଲିଖିତ ଅଭିଯୋଗ ଜଣାଇଥିଲେ ଅଭିଯୋଗ ପରେ ବିଡିଓ ଏହାର ତଦନ୍ତ ମୋହନା ତହସିଲଦାର କିଶୋର ଦାଶଙ୍କୁ କହିଥିଲେ ତଦନ୍ତ ପରେ ଜଣାପଡିଥିଲା ସାବିତ୍ରୀ ମଲ୍ଲିକଙ୍କ ଜେଜେ ବାପା ଚନ୍ଦ୍ରଶେଖର ମଲ୍ଲିକଙ୍କ ଜମି ପଟ୍ଟାରେ ଜାତି ପାଣ ରହିଥିବା ଉଲ୍ଲେଖ ରହିଛି ଏହାକୁ ନେଇ ସାବିତ୍ରୀଙ୍କୁ ୭ ଦିନ ମଧ୍ୟରେ କାରଣ ଦର୍ଶାଅ କିପରି ମିଥ୍ୟା ପ୍ରମାଣ ପତ୍ର ଆପଣ ହାତେଇଛନ୍ତି ଏହାର ସତ୍ୟା ସତ୍ୟ ଆବଶ୍ୟକୀୟ କାଗଜ ପତ୍ର ପ୍ରଦାନ କରିବା ପାଇଁ ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଲ୍ଲେଖ ରହିଛି ଚିଠିରେ । ଅପର ପକ୍ଷେ ୧୯୮୦ ଆଇନ ଅନୁଯାୟୀ ଯେ କୌଣସି ବ୍ୟକ୍ତିଙ୍କ ଜାତିଗତ ପ୍ରମାଣ ପତ୍ର ଯାହା ରହିଛି ଜାତିରେ ତାହା ହିଁ ରହି ପାରିବ ତାକୁ ବଦଳେଇ କରାଯାଇ ପାରିବ ନାହିଁ । ଅନ୍ୟପଟେ ୨୦୧୮ ରେ ସୁଶେଣ ମଳିକ ପିତା ଚନ୍ଦଶେଖର ମଳିକ ଖାତା ନଂ ୫୨/୦୪ ଜାତି କନ୍ଧ ବୋଲି ଦିଆଯାଇଛି ଜମି ପଟ୍ଟା । ତେବେ ଏହି ୨୦୧୮ ମସିହାରେ କେଉଁ ବ୍ୟକ୍ତି ଯାହାକି ସରକାରଙ୍କ ନିୟମକୁ ଉଲଘଂନ କରି ତହସିଲଦାର ଏବଂ ଆର.ଆଇ ତଦନ୍ତ ନକରି କିଛି ହାତ ଗୁଞ୍ଜା ନେଇ ଜାତିଆଣ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ବୋଲି ଟୁନି ମଲ୍ଲିକ କହିଛନ୍ତି । ଅପରପକ୍ଷେ ସାବିତ୍ରୀ ମଲ୍ଲିକ କହିଛନ୍ତି ଆମ ଗ୍ରାମ ଟୁଟୁଗୁଡାରେ ଆମ ଜେଜେ ବାପା ସେତେବେଳେ ମୁର୍ଖ ଲୋକ ଥିବାରୁ ତାଙ୍କ ଜମି ପଟ୍ଟାରେ ପାଣ ଉଲ୍ଲେଖ ରହିଛି । ବର୍ତମାନ ଆମ ବଡ ବାପାଙ୍କ ନାମରେ ଆଦିବାସୀ ଉଲ୍ଲେଖ ରହିଥିବା ପଟ୍ଟା ପ୍ରଦାନ କରାଯାଇଛି ତେଣୁ ମୁ ଆଦିବାସୀ ହିସାବରେ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛି । ଟୁନିଙ୍କୁ ଉଚିତ ନ୍ୟାୟ ନମିଳିବାରୁ ସେ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦ୍ୱାରସ୍ତ ହୋଇଥିଲେ । ସେଠୀ ମଧ୍ୟ କୌଣସି ସନ୍ତୁଷ୍ଟ ଜନକ ଉତର ପାଇ ନଥିଲେ ଟୁନି ହେଲେ ଅଭିଯୋଗ ହେଲାପରେ ମଧ୍ୟ ଜଣେ ବ୍ୟକ୍ତି ମିଥ୍ୟା ପ୍ରମାଣ ପତ୍ର ଦେଇ ନିଜକୁ ଆଦିବାସୀ ପରିଚୟ ଦେଉଥିବା ବ୍ୟକ୍ତି ପ୍ରତି କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ଏବଂ ଯେଉଁମାନେ ଏହି ମିଥ୍ୟା ପ୍ରମାଣ ପତ୍ର ଦେଇଛନ୍ତି ସେହି ସରକାରୀ ଅଧିକାରୀମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆଦିବାସୀ ମହଲରେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଥାଉକି ଚାନ୍ଦିପୁଟ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟରେ ଆର.ଆଇ ମାନେ ବାରମ୍ବାର ଆଦିବାସୀ ମାନଙ୍କୁ ଏଭଳି ଅଣଦେଖା କରି ଅଣଆଦିବାସୀମାନଙ୍କୁ ଜାତି ପ୍ରମାଣ ପତ୍ର ଦେବା ଏବଂ ଗରିବ ମାନଙ୍କ ଠାରୁ ଜମି ପଟ୍ଟା କରାଇଦେବା ନାମରେ ବହୁ ପରିମାଣରେ ଟଙ୍କା ଲାଂଚ ନେବା ଅଭିଯୋଗ ପରେ ମଧ୍ୟ ସେହିଭଳି ଅଧିକାରୀଙ୍କ ଉପରେ କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ରାଜସ୍ୱ ବିଭାଗ ବୋଲି ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ